ବଜ୍ରାଘାତରେ ଠିକାଦାରଙ୍କ ମୃତ୍ୟୁ

କେନ୍ଦୁଝର : ବଜ୍ରାଘାତରେ ଜଣେ ଠିକାଦାରଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ପୁରୀ ଜିଲ୍ଲା କୋଣାର୍କ ଥାନା ନଡ଼ିଆମଠ ଗ୍ରାମର ଭାସ୍କର ସ୍ବାଇଁ।

ପ୍ରାପ୍ତ ସୂଚନା ଅନୁଯାୟୀ, ଭାସ୍କର ଶୁଆକାଟିସ୍ଥିତ ଓଏମ୍‌ସି ଖଣିରେ ଚାଲିଥିବା ରାସ୍ତା‌ କାମରେ ଶ୍ରମିକ ଠିକାଦାରଭାବେ କାର୍ଯ୍ୟ କରୁଥିଲେ। ରବିବାର ଅପରାହ୍‌ଣରେ ସେ ମୋବାଇଲରେ କଥା ହେଉଥିବା ସମୟରେ ବଜ୍ରପାତ ହୋଇଥିଲା। ବଜ୍ରାଘାତରେ ସେ ଗୁରୁତର ହୋଇଥିଲେ। ତାଙ୍କୁ ତୁରନ୍ତ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶୁଆକାଟି ଫାଣ୍ଡି ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରିଛି।

ସମ୍ବନ୍ଧିତ ଖବର