କେନ୍ଦ୍ରାପଡ଼ା : ଠିକାଦାର ଶିବ ପ୍ରସାଦ ପରିଡ଼ା ଓରଫ୍ ଅମର ପ୍ରସାଦ ଓରଫ୍ ରନ୍ଥା ବିଶ୍ବାଳ ଅପହରଣ, ଆକ୍ରମଣ ଓ ଦାଦାବଟି ଆଦାୟ ମାମଲାରେ ଆଜି ଏସ୍ଟିଏଫ୍ ପକ୍ଷରୁ କେନ୍ଦ୍ରାପଡ଼ା ଏସ୍ଡ଼ିଜେଏମ୍ଙ୍କ କୋର୍ଟରେ ଚାର୍ଜସିଟ୍ ଦାଖଲ କରାଯାଇଛି। ଗତ ବର୍ଷ ଜୁଲାଇ ୯ ତାରିଖରେ ଘଟିଥିବା ଏହି ଘଟଣାରେ ଗ୍ୟାଙ୍ଗ୍ଷ୍ଟର ଟିଟୋ ଓରଫ୍ ସୟଦ୍ ଉସ୍ମାନ ଅଲ୍ଲୀ ଓ ତା’ର ସହଯୋଗୀଙ୍କ ହାତ ଥିବା ଅଭିଯୋଗ ରହିଥିଲା। ଟିଟୋକୁ ଏସ୍ଟିଏଫ୍ ରିମାଣ୍ତ୍ରେ ନେଇ ଜେରା କରିବାର ୬୦ ଦିନ ପୂରି ଯାଉଥିବା ଏବ˚ ଦୀପାବଳି ଛୁଟି ପଡ଼ୁଥିବାରୁ ଆଜି ଏହି ଚାର୍ଜସିଟ୍ ଦାଖଲ କରାଯାଇଛି। ଏହି ଘଟଣାରେ ଟିଟୋ ତାର ସହଯୋଗୀ ଚାନୁ ସମେତ ଦିଲାରପୁରର ୫ ଭାଇଙ୍କ ନାମରେ ଟାଉନ୍ ଥାନାରେ (କେସ୍ ନ˚ ୯୯/୧୮ରେ) ଏକ ମାମଲା ରୁଜୁ କରାଯାଇଥିଲା। ଟିଟୋ ଗିରଫ ପରେ (ଜିଆର୍କେସ୍ ନ˚ ୮୫୫/୧୮ରେ) ଏସ୍ଟିଏଫ୍ ଟିଟୋକୁ ବାରିମୂଳ ଜେଲ୍ରୁ ରିମାଣ୍ତ୍ରେ ନେଇ ଜେରା କରିଥିଲା। ତେବେ ଏସ୍ଟିଏଫ୍ ତଦନ୍ତ ପରେ ଟିଟୋ ସମେତ ତାର ସହଯୋଗୀ ଚାନୁ ଓରଫ୍ ସେକ୍ ବାବର୍ ଓ ଭାଇ ସୟଦ୍ ଇମାମ ଅଲ୍ଲୀ ଓରଫ୍ ମଜୋ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି। ଏହି ମାମଲା ବର୍ତମାନ ମଧୢ ତଦନ୍ତାଧୀନ (କେସ୍ ଓପନ୍) ଥିବାରୁ ପରବର୍ତ୍ତୀ ସମୟରେ ଅଭିଯୁକ୍ତଙ୍କ ସ˚ଖ୍ୟା ବଢ଼ିପାରେ। ଆଜି ଡିଏସ୍ପି ପ୍ରିୟ ର˚ଜନ ଶତପଥୀ କେନ୍ଦ୍ରାପଡ଼ା ଏସ୍ଡ଼ିଜେମ୍ଙ୍କ କୋର୍ଟରେ ଏହି ତଦନ୍ତ ଦସ୍ତାବିଜ୍ ରିପୋର୍ଟ ଦାଖଲ କରିଥିବା ଜଣାପଡ଼ିଛି।
ଉଲ୍ଲେଖଯୋଗ୍ୟ ଗତବର୍ଷ ଜୁଲାଇ ୭ ତାରିଖରେ ଟିଟୋର ସହଯୋଗୀ ଚାନୁ , ଭାଇ ଦିଲସାନ ଅଲ୍ଲୀ ଓରଫ୍ ବାପୁ, ଜି. ବାବୁ ଓରଫ୍ ଅସ୍ପାକ୍ ଅଲ୍ଲୀ, ସୟଦ୍ ଇମ୍ରାନ୍ ଅଲ୍ଲୀ ଓରଫ୍ ସପୋ, ଜାଭେଦ୍ ଅଲ୍ଲୀ ଓରଫ୍ ହୀରା ଓ ଇମାମ ଅଳ୍ଲୀ ଓରଫ୍ ମଜୋ ରନ୍ଥାଙ୍କୁ ତାଙ୍କ କଜଳା ସ୍ଥିତ ବାସଭବନରୁ ଏକ ଗାଡ଼ିରେ ଉଠାଇ ନେଇଥିଲେ। ତାଙ୍କୁ ନିସ୍ତୁକ ମାଡ଼ ପରେ ଅପହରଣକାରୀମାନେ ଛାଡ଼ି ଦେଇଥିଲେ।