କଟକ : ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଠିକାରେ କର୍ମଚାରୀ ନିଯୁକ୍ତି କରିବା ପାଇଁ ପୂର୍ବରୁ ସରକାର ନିଷ୍ପତ୍ତି ଗ୍ରହଣ କରିଥିବାବେଳେ ନିକଟରେ ଶ୍ରମ ବିଭାଗ ସଚିବ ଆଉ ଏକ ନିର୍ଦ୍ଦେଶନାମା ଜାରି କରି ବେସରକାରୀ ସଂସ୍ଥା ମାଧ୍ୟମରେ ଠିକା କର୍ମଚାରୀଙ୍କୁ ନିଯୁକ୍ତି ଦେବା ପାଇଁ ଆଦେଶ ଦେଇଥିଲେ। ଏପରି ଆଦେଶକୁ ଚାଲେଞ୍ଜ କରି ହାଇକୋର୍ଟରେ ମାମଲା ରୁଜୁ ହୋଇଛି। ଭରତ ଭୂଷଣ ଶତପଥୀଙ୍କ ସମେତ ୧୫ଜଣଙ୍କ ପକ୍ଷରୁ ଦାୟର ମାମଲାରେ ଶ୍ରମ ସଚିବଙ୍କ ଏପରି ନିର୍ଦ୍ଦେଶନାମା ଉପରେ ରହିତାଦେଶ ଜାରି କରିଯିବା ସହିତ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ଠିକା କର୍ମଚାରୀଙ୍କୁ ନିୟମିତ କରିବା ପାଇଁ ପ୍ରାର୍ଥନା କରାଯାଇଛି। ମାମଲାର ବିବରଣୀରୁ ପ୍ରକାଶ ଯେ କର୍ମଚାରୀ ସଂକଟ ଦୂର କରିବା ପାଇଁ ସରକାରଙ୍କ ବିଭିନ୍ନ ବିଭାଗର କାର୍ଯ୍ୟାଳୟରେ ଡାଟାଏଣ୍ଟ୍ରି ଅପରେଟର, ସଂଯୋଜକ, ଚତୁର୍ଥ ପାହ୍ୟା କର୍ମଚାରୀଙ୍କୁ ସିଧାସଳଖ ଭାବେ ଚୁକ୍ତି ଭିତ୍ତିକ ନିଯୁକ୍ତି ପ୍ରଦାନ କରାଯାଉଥିଲା। ଅନ୍ୟପକ୍ଷରେ ଜୁନ୍ ୨୨ରେ ଶ୍ରମ ବିଭାଗ ସଚିବ ଏକ ନିର୍ଦ୍ଦେଶନାମା ଜାରି କରି ପ୍ରତ୍ୟେକ ଜିଲ୍ଲାପାଳଙ୍କୁ ବେସରକାରୀ କର୍ମ ନିଯୁକ୍ତି ସଂସ୍ଥା ମାଧ୍ୟମରେ ଠିକା କର୍ମଚାରୀଙ୍କୁ ନିଯୁକ୍ତି ଦେବା ପାଇଁ ଆଦେଶ ଦେଇଥିଲେ। ଏପରି ନିର୍ଦ୍ଦେଶନାମା ଜାରି କରିବାର କ୍ଷମତା ସଚିବଙ୍କର ନାହିଁ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଶଶିଭୂଷଣ ଜେନା ଓ ସତ୍ୟଜିତ ବେହେରା ମାମଲା ପରିଚାଳନା କରୁଛନ୍ତି।
ସଂସ୍ଥା ମାଧ୍ୟମରେ ଠିକା କର୍ମଚାରୀ ନିଯୁକ୍ତି ନିର୍ଦ୍ଦେଶନାମାକୁ ହାଇକୋର୍ଟରେ ଚାଲେଞ୍ଜ
/sambad/media/post_attachments/wp-content/uploads/2018/07/hc-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)