ନିୟମିତ ହେଲେ ୪୪୯ ଜଣ ଚୁକ୍ତିଭିତ୍ତିକ ଶିକ୍ଷକ

ଭୁବ‌ନେଶ୍ବର : ଓଡ଼ିଶା ରାଜ୍ୟ ଶିକ୍ଷା ନିଯୁକ୍ତି ନିୟମ ଅନୁଯାୟୀ ୨୦୧୨ରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଚୁକ୍ତିଭିତ୍ତିକ ଶିକ୍ଷକ ଭାବେ ନିଯୁକ୍ତି ପାଇଥିବା ୪୪୯ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିୟମିତ କରାଯାଇଛି। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ନିୟମ ଅନୁଯାୟୀ ନିଯୁକ୍ତି ପାଇବାର ୬ ବର୍ଷ ପର୍ଯ୍ୟନ୍ତ ଚୁକ୍ତିଭିତ୍ତିକ ଶିକ୍ଷକ ଭାବେ କାର୍ଯ୍ୟ କରିବେ। ସେହି ଅନୁଯାୟୀ ୨୦୧୮ ମସିହାରେ ଏହି ଶିକ୍ଷକମାନେ ନିୟମିତ ହେବା କଥା। ତେବେ ପାଖାପାଖି ଦୁଇ ବର୍ଷ ବିଳମ୍ବରେ ରାଜ୍ୟ ସରକାରଙ୍କ ପକ୍ଷରୁ ଉକ୍ତ ବର୍ଗର ଶିକ୍ଷକମାନଙ୍କୁ ନିୟମିତ କରାଯାଇଛି। ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତି ପରେ ୨୦୧୨ ବ୍ୟାଚ୍‌ ରାଜ୍ୟ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘ ସଭାପତି ଚିନ୍ମୟ ବିଶ୍ବାଳ, ସମ୍ପାଦକ ସତ୍ୟପୀର ମହାନ୍ତି, ଲକ୍ଷ୍ମଣ କୁମାର ନାୟକ, ନର୍ମଦା ପ୍ରଧାନ, ଶକ୍ତି କୁମାର ଶତପଥୀ, ପ୍ରଫୁଲ୍ଲ କୁମାର ସେଠୀ, ରା‌ଜେଶ ନାୟକ, ମୀନାକ୍ଷୀ ବିଶ୍ବାଳ, ସୁଚିସ୍ମିତା ବଳ, ମିରାକିଲ୍‌ ବିୟୁଟି ମଲ୍ଲ, ରବୀନ୍ଦ୍ର କୁମାର ମହାନ୍ତି, ପଞ୍ଚାନନ ଜେନା ପ୍ରମୁଖ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ, ସଚିବ ଓ ନିର୍ଦେଶକଙ୍କୁ କୃତଜ୍ଞତା ଜଣାଇଛନ୍ତି।

ସମ୍ବନ୍ଧିତ ଖବର