ଭୁବନେଶ୍ବର : ଚୁକ୍ତିଭିତ୍ତିକ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ବାର୍ଷିକ ୧୦ ପ୍ରତିଶତ ଦରମା ବୃଦ୍ଧି କରାଯିବ। ଏହାଦ୍ବାରା ୧୧ହଜାର ଶିକ୍ଷକ/ଶିକ୍ଷୟିତ୍ରୀ ଉପକୃତ ହେବେ। ଓଡ଼ିଶା ସରକାରୀ ହାଇସ୍କୁଲ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘ ଓ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ମଧ୍ୟରେ ଆଲୋଚନା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ସଂଘ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। ସଂଘର ଦାବିକୁ ରାଜ୍ୟ ସରକାର ମାନି ନେଇଥିବାରୁ ସଭାପତି ନିରଞ୍ଜନ ବେହେରା, କାର୍ଯ୍ୟକାରୀ ସଭାପତି ପଞ୍ଚାନନ ଜେନା, ସାଧାରଣ ସମ୍ପାଦକ ସୁଧୀର ଚନ୍ଦ୍ର ନାୟକ ପ୍ରମୁଖ ମନ୍ତ୍ରୀ ଓ ବିଭାଗୀୟ ସଚିବଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଆଲୋଚନାରେ ପାର୍ଥସାରଥି ମଲ୍ଲିକ, ମାନସ ସେଠୀ, ରଶ୍ମିରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
ଚୁକ୍ତିଭିତ୍ତିକ ଶିକ୍ଷକଙ୍କ ବାର୍ଷିକ ୧୦% ଦରମା ବୃଦ୍ଧି
/sambad/media/post_attachments/wp-content/uploads/2018/11/contract-teachers.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)