ରାୟଗଡା: ରାୟଗଡ ଜିଲ୍ଲାର ବିକାଶ ପାଇଁ ବିଶେଷ କରି ବିଜୁଳି, ସଡ଼କ ଓ ପାଣି ସହିତ ଆନ୍ୟାନ୍ୟ ସାମଗ୍ରିକ ବିକାଶ ନିମନ୍ତେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ପୂର୍ଣ୍ଣ ସହଯୋଗ ରହିଛି। ଆଜି ସ୍ଥାନୀୟ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ଠାରେ ରାୟଗଡ ଜିଲ୍ଲା ଯୋଜନା କମିଟିର ବିଂଶତମ ବୈଠକ ରାୟଗଡ଼ା ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ତଥା ମନ୍ତ୍ରୀ ଅତୁନୁ ସବ୍ୟସାଚୀ ନାୟକ ଏହା କହିଛନ୍ତି।
ଏହି ବୈଠକର ପ୍ରାରମ୍ଭରେ ଜିଲ୍ଲାପାଳ ସ୍ଵଧାଦେବ ସିଂ ସମସ୍ତଙ୍କୁ ସ୍ଵାଗତ ଜଣାଇ ବୈଠକରେ ଆଲୋଚନା ହେବାକୁଥିବା ବିଷୟ ବସ୍ତୁ ସମ୍ପର୍କରେ ସୂଚନା ଦେଇଥିଲେ ଏବଂ ପରେ ମନ୍ତ୍ରୀ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ, ଅନ୍ୟତମ ମନ୍ତ୍ର ଜଗନ୍ନାଥ ସାରକା, ସ୍ଥାନୀୟ ବିଧାୟକ ମକରନ୍ଦ ମୁଦୁଲୀ, ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ, ଜିଲ୍ଲାପରିଷଦ ଅଧ୍ୟକ୍ଷା ସରସ୍ବତୀ ମାଝିଙ୍କ ବକ୍ତବ୍ୟ ରଖିବା ପରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ।
ଜିଲ୍ଲାର ଉନ୍ନତି ଓ ବିକାଶ କ୍ଷେତ୍ରରେ ଯେଉଁଠାରେ ଆବଶ୍ୟକତା ରହିଛି, ସେଥିରେ ପୂର୍ଣ୍ଣ ଭାବରେ ସହଯୋଗ କରିବାକୁ ମନ୍ତ୍ରୀ ମହୋଦୟ କହିଥିଲେ ଏବଂ ଏଥିପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ।ଜିଲ୍ଲା ଯୋଜନା କମିଟି ବୈଠକରେ ଜିଲ୍ଲାର ଉନ୍ନତି ଓ ବିକାଶ ପାଇଁ ଯାହା ନିଷ୍ପତ୍ତି ନିଆଯାଇ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରାଯିବ, ତାହାକୁ ଅନୁମୋଦନ କରାଯାଇ କାର୍ଯ୍ୟକାରୀ କରାଯିବ ବୋଲି ମନ୍ତ୍ରୀ କହିଥିଲେ।ବୈଠକରେ ଜିଲ୍ଲାରେ ଆବଶ୍ୟକ ଥିବା ବିଜୁଳି, ଜଳ, ଓ ସଡ଼କର ସୁବ୍ୟବସ୍ଥା ଓ ଏହା ଉପରେ ଥିବା ଶତକଡ଼ା ବ୍ୟୟ ପରିମାଣ ସମ୍ପର୍କରେ ଆଲୋଚନା କରାଯାଇଥିଲା।ଏହି ବୈଠକରେ ମୁଖ୍ୟତଃ ବିଜୁ କେବିକେ ଯୋଜନାରେ ଜିଲ୍ଲାଞ୍ଚଳ ୨୦୨୧-୨୨,୨୦୨୨-୨୩ ବାର୍ଷିକ ଯୋଜନା ଚିଠା ପ୍ରସ୍ତୁତ ସହ ୨୦୨୧-୨୨,୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୧୧ କୋଟି ତାଙ୍କର ପ୍ରକଳ୍ପ ଅନୁମୋଦନ କରାଯାଇଥିଲା।ବିଗତ ଆର୍ଥିକ ବର୍ଷ ୨୦୨୧-୨୨ରେ ରାୟଗଡ ଜିଲ୍ଲାକୁ ରାଜ୍ୟ ଯୋଜନା ପାଣ୍ଠି, କେନ୍ଦ୍ରୀୟ ଯୋଜନା ଏବଂ କେନ୍ଦ୍ରୀୟ ପ୍ରଯୋଜିତ ଯୋଜନା ପାଣ୍ଠି ମାଧ୍ୟମରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ପାଇଁ ବିଭିନ୍ନ ଉନ୍ନୟନ ବିଭାଗ ବାବଦକୁ ମୋଟ ୧୨୧୭ କୋଟି ୩୩ ଲକ୍ଷ ୬୭ ହଜାର ଟଂକା ଅନୁଦାନ ରାଶି ପ୍ରାପ୍ତ ଅନୁଦାନ ରାଶି ବିନିଯୋଗ ହୋଇଛି।ସେହିପରି ଆର୍ଥିକ ବର୍ଷ ୨୦୨୨-୨୩ରେ ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ୧୩୮୩ କୋଟି ୨୯ ଲକ୍ଷ ଟଙ୍କlର ଜିଲ୍ଲାର ଯୋଜନା ଚିଠା ପ୍ରସ୍ତୁତ କରାଯାଇ କମିଟି ଦ୍ୱାରା ଅନୁମୋଦନ କରାଗଲା।କ୍ରିଟିକାଲ ଗେପ ଫୋଣ୍ଡ ଯୋଜନାରେ ଆର୍ଥିକ ୨୦୨୧-୨୨, ୨୦୨୨-୨୩ ବର୍ଷ ପାଇଁ ୧୯୨ ଲକ୍ଷ ଟଙ୍କାର ଅନୁମୋଦନ କରାଗଲା।
ଏହି ବୈଠକରେ ରାୟଗଡ ଜିଲ୍ଲା ଜିଲ୍ଲାରେ ପିଇବା ପାଣି, ବିଜୁଳି, ସଡ଼କ ଓ ଯୋଗାଯୋଗ ନିହାତି ଆବଶ୍ୟକ ହୋଇଥିବାରୁ ଏସବୁ ସୁବ୍ୟବସ୍ଥା କରିବା ପାଇଁ ବୈଠକରେ ଲୋକ ପ୍ରତିନିଧିମାନେ ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ଆଗାମୀ ସାତ ଦିନ ମଧ୍ୟରେ ସଂପୃକ୍ତ ସମସ୍ତ ଲୋକପ୍ରତିନିଧି ନିଜ ନିଜର ଆବଶ୍ୟକ ଥିବା କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରି ଜିଲ୍ଲା ଯୋଜନା କାର୍ଯ୍ୟାଳୟରେ ଦେବା ପାଇଁ ମନ୍ତ୍ରୀ ଶ୍ରୀ ନାୟକ ବିଡ଼ିଓମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।ଏହି ବୈଠକରେ ରାୟଗଡା ବିଧାୟକ ମକରନ୍ଦ ମୁଦୁଲି, ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ,ସମସ୍ତ ଯୋଜନା କମିଟର ସଦସ୍ୟ, ସଦସ୍ୟା ମାନେ, ବିଭନ୍ନ ବିଭାଗୀୟ ଅଧିକାରୀ ମାନେ ଯୋଗଦେଇଥିଲେ।ଜିଲ୍ଲା ଯୋଜନା କମିଟିର ସମସ୍ତ ସଭ୍ୟ, ସଭ୍ୟା ପ୍ରମୁଖ ଯୋଗଦେଇ ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ଏବଂ ନିଜ ନିଜ ଅଞ୍ଚଳର ସମସ୍ୟା ଓ ତାର ସମାଧାନ ସମ୍ପର୍କରେ ମାନ୍ୟବର ମନ୍ତ୍ରୀ ତଥା ଜିଲ୍ଲା ଯୋଜନା କମିଟିର ଅଧକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।ଶେଷରେ ମୁଖ୍ୟ ବିକାଶ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ରବିନାରାୟଣ ତ୍ରିପାଠୀ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।