ଯୁକ୍ତ୨ ପରୀକ୍ଷା: ଖୋଲିଲା କଣ୍ଟ୍ରୋଲ ରୁମ୍‌

ଭୁବନେଶ୍ବର: ୨୭ ତାରିଖଠାରୁ ଆରମ୍ଭ ହୋଇଛି ଯୁକ୍ତ୨ ପ୍ରାକ୍ଟିକାଲ ପରୀକ୍ଷା। ପ୍ରଥମ ଦୁଇ ଦିନ ହେଲା ରାଜ୍ୟର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ସୁରୁଖୁରରେ ପରୀକ୍ଷା ଚାଲିଛି। ପିଲାଙ୍କ ସଂଖ୍ୟା ଓ ପ୍ରାକ୍ଟିକାଲ ବିଷୟକୁ ଦୃଷ୍ଟିରେ ରଖି ଯୁକ୍ତ୨ କଲେଜଗୁଡ଼ିକ ପରୀକ୍ଷା କରୁଛନ୍ତି। ‌ତେଣୁ ପ୍ରଥମ ଦୁଇ ଦିନରେ କିଛି କଲେଜରେ ପରୀକ୍ଷା ହୋଇ ନ ଥିବା ଜଣାପଡ଼ିଛି।
ଅନ୍ୟପକ୍ଷରେ ପରୀକ୍ଷାର ସୁପରିଚାଳନା ପାଇଁ ପରିଷଦର ଭୁବନେଶ୍ବରସ୍ଥିତ କାର୍ଯ୍ୟାଳୟରେ କଣ୍ଟ୍ରୋଲ ରୁମ୍‌ ଖୋଲାଯାଇଛି। ଯେଉଁଠାରେ ଉଭୟ ଥିଓରି ଓ ପ୍ରାକ୍ଟିକାଲ ପରୀକ୍ଷା ସମ୍ପର୍କିତ ଅଭିଯୋଗ ଗ୍ରହଣ କରାଯିବା ସହ ସମସ୍ୟାଗୁଡ଼ିକର ସମାଧାନ ହେବ। ଏଥିପାଇଁ ପରୀକ୍ଷା କଣ୍ଟ୍ରୋଲ ରୁମ୍‌ର ନମ୍ବର-୦୬୭୪-୨୩୦୧୦୯୮, ୦୬୭୪-୨୩୦୩୮୦୩, ୦୬୭୪-୨୩୦୦୧୨୬, ଆସିଷ୍ଟାଣ୍ଟ ପରୀକ୍ଷା ନିୟନ୍ତ୍ରକଙ୍କ ନମ୍ବର-୯୪୩୭୨୩୦୩୪୪, ଉପ ପରୀକ୍ଷା ନିୟନ୍ତ୍ରକ(୧)-୦୬୭୪-୨୩୦୦୯୦୪, ୯୯୩୭୧୧୬୮୦୦, ଉପ ପରୀକ୍ଷା ନିୟନ୍ତ୍ରକ(୨)-୯୪୩୭୨୦୮୮୧୮, ପରୀକ୍ଷା ନିୟନ୍ତ୍ରକଙ୍କ ନମ୍ବର-୦୬୭୪-୨୩୦୦୯୦୭, ୨୩୦୦୯୧୪, ୯୪୩୭୧୪୪୧୨୪ ଖୋଲାଯାଇଛି। ଉକ୍ତ ନମ୍ବରଗୁଡ଼ିକରେ ଅଭିଯୋଗ ଗ୍ରହଣ କରାଯିବ। ଏହାବ୍ୟତୀତ ପରୀକ୍ଷା‌ ନିୟନ୍ତ୍ରକଙ୍କ ଇ-ମେଲ୍‌ ‘[email protected]’ ରେ ମଧ୍ୟ ଅଭିଯୋଗ କରିହେବ।

ସମ୍ବନ୍ଧିତ ଖବର