‘ଫନି’ ମୁକାବିଲା: କଟକ ଜିଲ୍ଲାର ୧୪ଟି ବ୍ଲକ୍‌ରେ ଖୋଲିଲା କଣ୍ଟ୍ରୋଲ୍‌ ରୁମ୍‌

କଟକ: ସମ୍ଭାବ୍ୟ ସାମୁଦ୍ରିକ ବାତ୍ୟା ‘ଫନି’କୁ ମୁକାବିଲା କରିବା ଏବଂ ଧନଜୀବନ ସୁରକ୍ଷିତ ରଖିବା ନିମନ୍ତେ ଜିଲ୍ଲା ପ୍ରଶାସନ ତରଫରୁ କଟକ ଜିଲ୍ଲାର ୧୪ଟି ବ୍ଲକ୍‌ରେ କଣ୍ଟ୍ରୋଲ୍‌ ରୁମ୍‌ ଖୋଲାଯାଇଛି।

ସମ୍ପୃକ୍ତ କଣ୍ଟ୍ରୋଲ୍‌ ରୁମ୍‌ଗୁଡ଼ିକରେ ଆବଶ୍ୟକ ପଲିଥିନ୍‌ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ରିଲିଫ୍‌ ସାମଗ୍ରୀ ମହଜୁଦ ରଖାଯାଇଛି।

ଲୋକମାନଙ୍କୁ ସଚେତନ କରିବାକୁ ଡାକବାଜି ଯନ୍ତ୍ର ଯୋଗେ ଗାଁ’ ଗାଁରେ ବୁଲି ପ୍ରଚାର କରାଯାଉଛି।

ଅପରାହ୍ଣ ୧ଟା ସୁଦ୍ଧା କଟକ ମହାନଗର ନିଗମ ଏବଂ ବିଭିନ୍ନ ବ୍ଲକ୍‌ ଅଞ୍ଚଳରୁ ୮୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି।

ସଦ୍ୟତମ ସୂଚନା ଅନୁଯାୟୀ ସମ୍ପୃକ୍ତ ଅଞ୍ଚଳରେ ଲୋକମାନଙ୍କୁ ସ୍ଥାନାନ୍ତରଣ ପ୍ରକ୍ରିୟା ଆରମ୍ଭ ହେଲାଣି।

ସମ୍ବନ୍ଧିତ ଖବର