ଶିକ୍ଷକ ଅଭାବ ନେଇ ଗୃହରେ ଉଦ୍‌ବେଗ; ସ୍କୁଲ୍‌ ରୂପାନ୍ତରିତ ହେଉଛି କିନ୍ତୁ ଶିକ୍ଷକ ନାହାନ୍ତି

ଭୁବନେଶ୍ବର: ସ୍କୁଲ ରୂପାନ୍ତରୀକରଣକୁ ନେଇ ବିଧାନସଭାରେ ଜୋର୍‌ଦାର  ଆଲୋଚନା ହୋଇଛି। ରାଜ୍ୟରେ ଶିକ୍ଷକ ଅଭାବ ନେଇ ଗୃହରେ ଉଦବେଗ ଦେଖାଦେଇଛି। ଉଭୟ ବିରୋଧୀ ଓ ଶାସକ ଦଳର ବିଧାୟକ ଅଭିଯୋଗ ଆଣିଛନ୍ତି ଯେ ସ୍କୁଲ ରୂପାନ୍ତରିତ ହେଉଛି କିନ୍ତୁ ଶିକ୍ଷକ ନାହାନ୍ତି। ଏ ନେଇ ଅଭିଯୋଗ ଆଣି କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି ଯେ, ‘୫-ଟି ସ୍କୁଲଗୁଡିକୁ ବିଜେଡି ରଙ୍ଗରେ ରଙ୍ଗେଇ ଦେଉଛନ୍ତି।’

ସେହିପରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ନିଜ ଅଞ୍ଚଳର ସ୍କୁଲର ଉଦାହରଣ ଦେଇ କହିଥିଲେ ଗୋଟିଏ ସ୍କୁଲରେ ୯ ଜଣ ଶିକ୍ଷକ ନାହାନ୍ତି। କେମିତି ରୂପାନ୍ତରୀକରଣ କରୁଛନ୍ତି ସରକାର?

ବିଜେଡି ବିଧାୟକ ସଞ୍ଜୀବ ମଲିକ ଓ ଅମର ପ୍ରସାଦ ଶତପଥୀ ବି ସମାନ ଅଭିଯୋଗ ଆଣିଥିଲେ ଯେ ସ୍କୁଲରେ ଶିକ୍ଷକ ଅଭାବ ରହିଛି। ସେପଟେ ୫-ଟି ମାଧ୍ୟମରେ ରୂପାନ୍ତରୀତ ସ୍କୁଲଗୁଡିକରେ ପେମେଣ୍ଟ ହୋଇ ପାରୁନାହିଁ ବୋଲି ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ, ବିଜେଡି ବିଧାୟକ ନୃସିଂହ ସାହୁ, ସୁଧାଂଶୁ ପରିଡ଼ା କହିଛନ୍ତି।

ଗଣଶିକ୍ଷା ମନ୍ତ୍ରୀ କହିଥିଲେ ସ୍କୁଲରେ ଶିକ୍ଷକଙ୍କ ଅଭାବ ହେବ ନାହିଁ । ୨୦ ହଜାର ପ୍ରାଥମିକ ଶିକ୍ଷକ ନିଯୁକ୍ତି ପାଇଁ ପ୍ରକ୍ରିୟା ଜାରି ରହିଛି। ସେହିପରି ପେମେଣ୍ଟ ପ୍ରସଙ୍ଗରେ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିବେ।

ସମ୍ବନ୍ଧିତ ଖବର