ମଶାଣିକୁ ନେଇ ବିବାଦ: ଶବ ସଂସ୍କାର ହୋଇପାରୁନି, କ୍ରୀଡ଼ାମନ୍ତ୍ରୀଙ୍କ ପଞ୍ଚାୟତରେ ଶବ ପଡ଼ିରହିଲା ୭ ଘଣ୍ଟା

ଦୁଇ ପଡୋଶୀ ପଡା ମଧ୍ୟରେ ଉତ୍ତେଜନା ଓ ଆକ୍ରମଣ

ଅସ୍ତରଙ୍ଗ: ପୁରୀଜିଲା ଅସ୍ତରଙ୍ଗ ବ୍ଲକ ନଗର ମୌଜାର ନୂଆକାଳିଆକଣ ମଶାଣିରେ ଶବ ସଂସ୍କାର କରିବାକୁ ଗଲାବେଳେ ବିବାଦ ଉପୁଜି ଦୁଇପଡା ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି|ପ୍ରାୟ ୭ ଘଣ୍ଟା ହେବ ଶବ ପଡିରହିବା ଏକ ଅଭାବନୀୟ ଘଟଣା ଘଟିଛି । ମଶାଣୀକୁ ଶବ ପୋଡ଼ିବାକୁ ଛାଡୁନଥିବା ବେଳେ ଉତ୍ତେଜନା ପ୍ରକାଶ ପାଇବାରୁ ଆଜି ଅପରାହ୍ନ ୩ଟାରେ ପୁଲିସ ଖବର ପାଇଁ ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା ଆରମ୍ଭ କରିଥିଲା। ପରିସ୍ଥିତି ଅଣଆୟତଃ ହୋଇ ପୁଲିସ ଉପସ୍ଥିତିରେ ପରସ୍ପର ମଧ୍ୟରେ ଆକ୍ରମଣତ୍ମକ ପରିସ୍ଥିତି ଉପୁଜି ଉଭୟପକ୍ଷ ଆହତ ହେବା ଘଟଣା ଘଟିଛି। ତେବେ ଘଟଣା ସ୍ଥଳରେ ପୁଲିସ ଫୋର୍ସ ପହଞ୍ଚି ଉଭୟପକ୍ଷଙ୍କୁ ଡାକି ବୁଝାସୁଝା କରୁଛି। ଏହି ଘଟଣାଟି କାକଟପୁର ବିଧାୟକ ତଥା ରାଜ୍ୟ କ୍ରୀଡ଼ାମନ୍ତ୍ରୀଙ୍କ ଏରିଆରେ ଘଟିଥିବା ବେଳେ ଶବ ସଂସ୍କାରକୁ ନେଇ ବିବାଦ ଉପୁଜିବା ଦେଖିବାକୁ ମିଳିଛି ।

ପ୍ରକାଶ ଥାଉକି,ଦିନାଡ଼ିଆର ପଡାର ପୂର୍ଣ୍ଣାନନ୍ଦ ବେହେରା(୮୫) ଆଜି ସକାଳ ୯ଟାରେ ମୃତ୍ୟୁ ହୋଇଥିଲା । ତେବେ ତାଙ୍କ ଶବକୁ ସଂସ୍କାର ପାଇଁ ଘରର ଉତ୍ତରପଟେ ଥିବା ନୂଆ କାଳିଆକଣ ମଶାଣୀକୁ ନେବାରେ ସେଠାକାର ଲୋକ ବିରୋଧ କରିଥିଲେ । ଏଭଳି ବିରୋଧ କରନ୍ତେ ଶବ ସଂସ୍କାରକୁ ନେଇ ଆରମ୍ଭ ହୋଇଯାଇଥିଲା ରାଜନୀତି। ଶବ ପଡିରହିଥିବା ବେଳେ ଉଭୟ ପକ୍ଷରୁ ଶାହାରାଧିକ ଲୋକ ରୁଣ୍ଡ ହୋଇ କେହି କାହାକୁ ନଛୋଡ ବନ୍ଧା । କାଳିଆକଣ ଲୋକ ଲୋକଙ୍କ ଦାବି ସେମାନଙ୍କ ମଶାଣିରେ ଅନ୍ୟପଡାର ଶବ ପୋଡା ହୋଇପାରିବନି |ଦିନାଡିଆ ଲୋକ କହିବା କଥା ପଡିରହିଥିବା ଶବ ସେଠାରେ ପୋଡାଯିବା । ଏଭଳି ପରିସ୍ଥି ଉପୁଜିବାରେ ଖବର ପାଇଁ ଅସ୍ତରଙ୍ଗ ପୁଲିସ ଘଟଣା
ସ୍ଥଳରେ ପହଞ୍ଚିବାରେ ବି ଉତ୍ତେଜନା ଥମିନଥିଲା । ହଠାତ ଉଭୟ ପକ୍ଷଙ୍କ ମଧ୍ୟରେ ହାତାହାତି ଓ ଟେକାପଥର ମାଡ ଆରମ୍ଭ ହୋଇଯାଇଥିଲା ।ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଅସ୍ତରଙ୍ଗ ଓ କାକଟପୁର ଥାନା ଅଧିକାରୀ,ନିମାପଡା ଏସଡ଼ିପିଓ ଦେବାଶିଷ ମିଶ୍ର ଓ ପୁଲିସ୍ ଫୋର୍ସ ମୁତୟନ ହେବାକୁ ପଡିଥିଲା । ସବୁଠାରୁ ବଡ ଦୁଃଖ ଓ ପରିତାପର ବିଷୟ ଯେ ମୃତ ବ୍ୟକ୍ତିଙ୍କ ଶବ ଦୀର୍ଘ ୭ ଘଣ୍ଟା କାଳ ପଡିରହିଲେ ବି ଶବ ସଂସ୍କାର
ହୋଇପାରୁନି।  ଘଟଣା ସ୍ଥଳରେ ପୁଲିସ୍ ଛାଉଣୀ ହେବା ସମେତ ଉଭୟ ପକ୍ଷଙ୍କୁ ଡାକି ଆଲୋଚନା ଜାରିରଖିଛି । ରାତି ୮ଟା ସୁଧା ଖବର ଲେଖା ହେବା ପର୍ଯ୍ୟନ୍ତ ଶବ ସଂସ୍କାର ହୋଇପାରିନଥିବା ଖବର ମିଳିଛି ।

ସମ୍ବନ୍ଧିତ ଖବର