ଗୋପ : ଗୋପ ବ୍ଲକ୍ର ୧୧ ନମ୍ବର ଜୋନ୍ ଅନ୍ତର୍ଗତ ୯ ଟି ପଞ୍ଚାୟତର ଭୋଟ ଗଣନା ଜାରି ରହିଥିବା ବେଳେ ଦ୍ବିତୀୟ ରାଉଣ୍ତ ପରେ ଏକ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ନୂଆଖୋଲମରା ପଞ୍ଚାୟତର ଦୁଇ ସମିତି ସଭ୍ୟ ପ୍ରାର୍ଥୀ ଦିଲୀପ ପ୍ରଧାନଙ୍କୁ ନିର୍ବାଚନ ଅଫିସର କେଟିଲ୍ ଚିହ୍ନ ଦେଇଥିବା ବେଳେ ସେ ଷ୍ଟୁଲ୍ ଚିହ୍ନରେ ଲଢ଼ିଥିଲେ। ଅନ୍ୟପକ୍ଷରେ ପ୍ରତିଦ୍ବନ୍ଦ୍ବୀ ବିଜୟ କୁମାର ଗୁରୁଙ୍କୁ ଷ୍ଟୁଲ୍ ଚିହ୍ନ ଦେଇଥିବା ବେଳେ ସେ କେଟିଲ୍ ଚିହ୍ନରେ ନିର୍ବାଚନ ଲଢ଼ିଥିଲେ। ମାତ୍ର ଦ୍ବିତୀୟ ପର୍ଯ୍ୟାୟ ଭୋଟ୍ ଗଣନା ଶେଷ ହେବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା। ଏହାକୁ ନେଇ ଭୋଟ୍ ଗଣତି କେନ୍ଦ୍ରରେ ଉତ୍ତେଜନା ଦେଖା ଦେବା ପରେ ଗୋପ ବିଡିଓ ତଥା ଗୋପ ବ୍ଲକ୍ ନିର୍ବାଚନ ଅଫିସର ଦୀପ୍ତିରାଣୀ ଦାସ ଏକ ଘଣ୍ଟା ପର୍ଯ୍ୟନ୍ତ ଭୋଟ୍ ଗଣତିକୁ ବନ୍ଦ କରିଥିଲେ। ଗୋପ ବିଡିଓ ଦୁଇ ପକ୍ଷଙ୍କ ସହିତ ଆଲୋଚନା କରିବା ପରେ ଦୁଇ ପକ୍ଷ ଲଢିଥିବା ଚିହ୍ନରେ ବିଜୟ ପ୍ରମାଣପତ୍ର ଦେବାକୁ ନିଷ୍ପତ୍ତି ନେଇଥିଲେ। ପରେ ଭୋଟ୍ ଗଣତି ଜାରି ରହିଥିଲା। ଏ ନେଇ ବିଡିଓ ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ ପୂର୍ବରୁ ବର୍ଣ୍ଣମାଳାକୁ ନେଇ ନିର୍ଦ୍ଦେଶନାମାରେ କିଛି ତ୍ରୁଟି ଆମେ ପାଇଥିଲୁ ଏବଂ ପରେ ତାହାକୁ ସଂଶୋଧନ କରିଥିଲୁ। ମାତ୍ର ପୂର୍ବ ଚିଠି ଅନୁଯାୟୀ ପ୍ରାର୍ଥୀମାନେ ନିଜ ପଞ୍ଚାୟତରେ ନିଜ ନିଜର ଚିହ୍ନ ଅନୁଯାୟୀ ଲଢିଥିଲେ। ସେମାନଙ୍କ ସହିତ ଆଲୋଚନା କରିବା ପରେ ସମସ୍ୟାର ସମାଧାନ କରାଯାଇଛି।
ପ୍ରାର୍ଥୀଙ୍କ ଚିହ୍ନ ବଦଳକୁ ନେଇ ବିବାଦ; ଭୋଟ ଗଣନା ୧ ଘଣ୍ଟା ବିଳମ୍ବ, ବିଡିଓଙ୍କ ହସ୍ତକ୍ଷେପ ପରେ ଭୋଟ୍ ଗଣତି ଆରମ୍ଭ
/sambad/media/post_attachments/wp-content/uploads/2022/01/election-fffaaa.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)