ଭୁବନେଶ୍ବର : ରଥର ଉଚ୍ଚତାକୁ ନେଇ ଚାଲିଥିବା ବିବାଦକୁ ନାପସନ୍ଦ କରିଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର। ସେ କହିଛନ୍ତି ଯେ ରଥର ଉଚ୍ଚତା କେତେ ହେବ ତାହା ପୁରୀ କାର୍ ଫେଷ୍ଟିଭାଲ୍ କୋଡ୍ରେ ରହିଛି। ୧୯୮୪ ମସିହାରେ ହୋଇଥିବା ନିୟମ ଅନୁଯାୟୀ ରଥର ଉଚ୍ଚତା ନିର୍ଦ୍ଧାରଣ କରାଯାଇଛି। ଆଇନ ବିଭାଗ ଓ ଶ୍ରୀମନ୍ଦିର ପରିଚାଳନା କମିଟି ଏହା ସ୍ଥିର କରିଛନ୍ତି। କେନ୍ଦୁଝରରେ ସେଠାକାର ପରମ୍ପରା ଅନୁସାରେ ରଥ ହେଉଛି। ପୁରୀ ରଥର ମର୍ଯ୍ୟାଦା ଏଥିରେ କ୍ଷୁଣ୍ଣ ହେବ ନାହିଁ। ପୁରୀର ପରମ୍ପରା ଓ ନୀତିକାନ୍ତି ସମ୍ପୂର୍ଣ୍ଣ ଭିନ୍ନ। ଗିନିଜ୍ ବୁକ୍ ଅଫ୍ ରେକର୍ଡସଠାରୁ ବହୁ ଊର୍ଧ୍ବରେ ଜଗନ୍ନାଥ। ଏହି ପ୍ରସଙ୍ଗରେ ବିବାଦ ସୃଷ୍ଟି କରିବା ଅନୁଚିତ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।
ରଥର ଉଚ୍ଚତାକୁ ନେଇ ବିବାଦ ଅନୁଚିତ: ବିଜୟ ମହାପାତ୍ର
/sambad/media/post_attachments/wp-content/uploads/2021/08/bijay-mohapatra-aa.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)