ଜୁନାଗଡ଼ : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ୍‌ ଚିଚେଇଗୁଡ଼ା ଗାଁରେ ଉନ୍ମୋଚନ ହେବାକୁ ଥିବା ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ପ୍ରତିମୂର୍ତ୍ତିର ଫଳକକୁ ସ୍ଥାନୀୟ ବିଜେପି କର୍ମୀ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଏହି ଫଳକରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ନାମ ଥିବାରୁ ବିଜେପି କର୍ମୀମାନେ ଅସନ୍ତୋଷ ବ୍ୟକ୍ତ କରି ଏପରି କରିଥିବା ସୂଚନା ମିଳିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ବିଜେପି ଓ ବିଜେଡି କର୍ମୀ ମୁହାଁମୁହିଁ ହୋଇଥିବା ଜଣାପଡ଼ିଛି।

Advertisment

ମିଳିଥିବା ସୂଚନା ଅନୁସାରେ; ଖବର ପାଇ ଧର୍ମଗଡ଼ ଏସ୍‌ଡିପିଓ ଧୀରଜ ଚୋପଦାର, ଜୁନାଗଡ଼ ଆଇଆଇସି ଉତ୍ତମ ସାହୁ ଘଟଣାସ୍ଥଳରେ ପହଂଚି ପରିସ୍ଥିତି ନିୟନ୍ତ୍ରଣ କରିଥିଲେ। ଫଳକ ଭଙ୍ଗା ସଂପର୍କରେ ପ୍ରଦ୍ୟୁମ୍ନ ମେହେର ଜୁନାଗଡ଼ ଥାନାରେ ଏତଲା ଦେଇଛନ୍ତି। ଅଭିଯୋଗକୁ ଭିତ୍ତିକରି ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି ବୋଲି ଆଇଆଇସି ଶ୍ରୀ ସାହୁ ସୂଚନା ଦେଇଛନ୍ତି।