ପଞ୍ଚାୟତ ନିର୍ବାଚନ ପୂର୍ବରୁ ସରପଞ୍ଚ ଓ ସମିତି ସଭ୍ୟ ସିଲେକ୍ସନ କଲେ ବଦ୍ରିପାତ୍ର, ବିଧାୟକଙ୍କ ଭିଡିଓକୁ ନେଇ ବଢ଼ିଲା ବିବାଦ

ଭୁବନେଶ୍ବର: ଘଷିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କ ଏକ ଭିଡିଓ ଏବେ ବିବାଦୀୟ ହେବାରେ ଲାଗିଛି । କାରଣ ପଞ୍ଚାୟତ ଇଲେକ୍ସନ ପୂର୍ବରୁ ସରପଞ୍ଚ ଓ ସମିତି ସଭ୍ୟ ସିଲେକ୍ସନ କରିଛନ୍ତି ବିଧାୟକ ବଦ୍ରି ପାତ୍ର । ଘଷିପୁରା ନିର୍ବାଚନ ମଣ୍ଡଳୀର ମୁକୁନ୍ଦପୁର ପାଟଣାରେ କିଏ ହେବେ ସରପଞ୍ଚ ଓ ସମିତି ସଭ୍ୟ ତାର ସିଲେକ୍ସନ କରିସାରିଛନ୍ତି ବିଧାୟକ । ବ୍ଲକସ୍ତରରେ ଆଲୋଚନା କରି ଘଟଗାଁର ଉଚ୍ଚଶିକ୍ଷିତ ବ୍ୟକ୍ତି ଜଜ୍ଞେଶ୍ୱର ଦେହୁରୀଙ୍କୁ ସରପଞ୍ଚ ଭାବେ ଏବଂ ସୁନିତା ସରଡିଆଙ୍କୁ ସମିତି ସଭ୍ୟ ଭାବେ ମନୋନୟନ କରାଯାଇଥିବା ସେ ଏହି ଭିଡିଓରେ ଘୋଷଣା କରୁଛନ୍ତି ।

ଏପରିକି ପୂର୍ବରୁ ସରପଂଚ ଥିବା ଏବଂ ଚଳିତ ନିର୍ବାଚନରେ ପୁଣି ଆଶାୟୀ ଥିବା ଅନ୍ନପୂର୍ଣ୍ଣ ଦେହୁରୀଙ୍କୁ ଓହରି ଯିବା ପାଇଁ ନିବେଦନ କରିଛନ୍ତି ବିଧାୟକ । ଏହାକୁ ସାଧାରଣ ନାଗରିକଙ୍କ ଅଧିକାର କ୍ଷୁର୍ଣ୍ଣ ବୋଲି ଅଭିଯୋଗ କରିଛନ୍ତି ବିରୋଧୀ କଂଗ୍ରେସ ଓ ବିଜେପି । ନିର୍ବାଚନ ପୂର୍ବରୁ ବିଧାୟକ ନିଜ ପସନ୍ଦର ପ୍ରାର୍ଥୀଙ୍କୁ ବିଜୟୀ ଘୋଷଣା କରିଦେଇଥିବା ଅଭିଯୋଗ କରିଛନ୍ତି । ଏହି ବିଧାୟକଙ୍କ ଏକପ୍ରକାର ଦାଦାଗିରି ବୋଲି ଅଭିଯୋଗ କରିଛନ୍ତି ବିଜେପି ଓ କଂଗ୍ରେସ । ଏହି ଭିଡିଓ ସାମ୍ନାକୁ ଆସିବା ପରେ ବିଧାୟକ କିଭଳି ଇଲେକ୍ସନ ଯାଗାରେ ସିଲେକ୍ସନ କରୁଛନ୍ତି ତାକୁ ନେଇ ବିବାଦ ସୃଷ୍ଟି ହୋଇଛି ।

ସମ୍ବନ୍ଧିତ ଖବର