କୋରାପୁଟ: ସାବର ଶୀ‌କ୍ଷେତ୍ରରେ ବିବାଦ ଛାଡିବାର ନାଁ ନେଉନି। ମନ୍ଦିର ପରିଚାଳନାକୁ ନେଇ ବିବାଦ ଥମିବା ପରେ ଏବେ ଆଉ ଏକ ବିବାଦ ମୁଣ୍ଡ ‌ଟେକିଛି। କୋଭିଡ ପାଇଁ ଦୁଇବର୍ଷ ହେଲା ରଥଟଣା ହୋଇ ନ ଥିବାବେଳେ ୨୦୧୯ରେ ଗଡିଥିବା ତିନି ରଥ ପୁଣି ଥରେ ୨୦୨୨ରେ ଗଡୁ ବୋଲି ଦାବି ଉଠିଛି। ତିନି ରଥ ଟଣାକୁ ନେଇ ମନ୍ଦିର ପରିଚାଳନା କମିଟି ବିବାଦୀୟ ହୋଇ ପଡିଥିବାବେଳେ ଚଳିତମାସ ୯ ତାରିଖରେ ବସିଥିବା ବୈଠକରେ ତୁମ୍ଭିତୁଫାନ ହୋଇଥିବା ଜଣାପଡିଛି।

Advertisment

ତେଣୁ କୋରାପୁଟ ସହରରେ ପୁଣି ତିନି ରଥ ଗଡିବା ନେଇ ଆଶା ଆଶଙ୍କା ମଧ୍ୟକୁ ଠେଲି ହୋଇଯାଇଛି। ଆଜି କିଛି ସ୍ବେଚ୍ଚାସେବୀ ଓ ଜଗନ୍ନାଥପ୍ରେମୀ ଏବଂ ହିନ୍ଦୁ ଯୁବ ସେନା ପକ୍ଷରୁ ଘୋର ବିରୋଧ କରାଯାଇଛି। ଆଜି କିଛି ସ୍ବ‌େଚ୍ଛାସେବୀ ଏଡିଏମଙ୍କୁ‌ ଭେଟି ଦାବି ପ୍ରଦାନ କରିଛନ୍ତି। ଦେସମାନଙ୍କ ଦାବି ଅନୁସାରେ କୋଡିଭ ଯୋଗୁଁ ମନ୍ଦିର ବହୁତ ’କ୍ଷତି ସହିଥିବାବେଳେ ପୁଣିଥରେ ମୈତୀ ନାମକ ଏକ ଅତିଥି ଗୃହ ନିର୍ମାଣ କରାଯାଇଛି।  ଏହି ବାବଦରେ ପ୍ରାୟ ୪୦ ଲକ୍ଷ ବ୍ୟୟ ହୋଇଥିବାବେଳେ ଏହା ଜରୁରୀ ନ ଥିବା ସେମାନେ ଏଡିଏମଙ୍କୁ କହିଛନ୍ତି। ସେହିପରି ଅତିଥି ଭବନ, ଅତିଥି ନିବାସ, ଶାନ୍ତି ଯାତ୍ରୀ ନିବାସ, ଯାତ୍ରୀ କୁଟିରଓ ବିଭିନ୍ନ ସଭାଗୃହ ପରିଚାଳନା ଭଲ ଭାବେ ନାହିଁ। ଏହି ଭମନ ଗୁଡିକ ପ୍ରାୟ ୪୦ ପ୍ରତିଶତ ପୂରଣ ହେଉଥିବାବେଳେ ୬୦ ଭାଗ ଖାଲି ରହୁଛି। ଏପରିସ୍ଥଳରେ କିପରି ଆଉ ଏକ ଭବନ ତିଆରି କରାଗଲା ଓ ଟିଭି ପାଇଁ ୧୦ ଲକ୍ଷ ବ୍ୟୟ କରାଗଲା ତାହାର ତଦନ୍ତ ଦାବି କରିଛନ୍ତି।

ତେବେ ୧୯୭୨ମସିହାରୁ ୨୦୧୮ ମସିହା ଯାଏ କୋରାପୁଟ ଶାବର ଶ୍ରୀକ୍ଷେତ୍ରରେ ଗୋଟିଏ ରଥଗଡିଥିଲା। ୨୦୧୯ରେ ସର୍ବସମ୍ମତିକ୍ରମେ ଏହିଠାରେ ଗୋଟିଏ ରଥ ବଦଳରେ ତିନି ରଥ ଗଡିଥିଲା। ଏନେଇ ଜନସାଧାରଣଙ୍କଠାରୁ ଅର୍ଥ ଆଦାୟ କରାଯାଇ ରଥ କାର୍ଯ୍ୟ କରାଯାଇଥିଲା। ତେବେ ଚଳିତବର୍ଷ ରଥଯାତ୍ରା କରିବା ପାଇଁ ୯ ତାରିଖରେ ଏକ ‌ବୈଠକ ବସିଥିଲା। ସେଥିରେ ପରିଚାଳନା କମିଟିର ଉପସଭାପତି ପ୍ରଫୁଲ ଚନ୍ଦ୍ର ମିଶ୍ର, ସମ୍ପାଦକ ଜଗବନ୍ଧୁ ସାମଲ, ଯୁଗ୍ମ ସମ୍ପାଦକ ଲଲାଟେନ୍ଦୁ ପ୍ରତାପ ଦେଓ ଓ କୋଷାଧ୍ୟକ୍ଷ ପ୍ରମୁଖ ଉପସ୍ତିତ ରହିଥିଲେ। ଏହି ବୈଠକରେ ତିନି ରଥ ଓ ଗୋଟିଏ ରଥକୁ ନେଇ ତୁମ୍ଭି ତୁଫାନ ହୋଇଥିବାରୁ ଉପସଭାପତି ବୈଠକ ଛାଡି ଚାଲଯାଇଥିଲେ। ଏହିସମୟରେ ଅନ୍ୟ ସଦସ୍ୟମାନେ ପାରିତ ବିଲକୁ କରାଇ ନେଇଥିବା ସେମାନେ ଅଭିଯୋ କରିଛନ୍ତି। ଆଜି ସାମ୍ବାଦିକ ଭାବାନୀ ଶଙ୍କର ମିଶ୍ର, କୃଷ୍ଣ ଚନ୍ଦ୍ର ଶଁ, ଶାନ୍ତାକାର, ପି.କେ ପାଢୀ, ସରତ କୁମାର ପଟନାୟକ ଓ ତାରଣି ଚରଣ ପାଢୀ ଏବଂ ଶକ୍ତି ପଣ୍ଡାଙ୍କ ସହ ବହୁ ଜଗନ୍ନାଥପ୍ରେମୀ ଏଡିଏମଙ୍କୁ ଭେଟି ଦାବି କରିଛନ୍ତି।

ଅନ୍ୟପକ୍ଷରେ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର କହିବା କଥା ହେଲା ତିନିରଥ ଯୋଗୁଁ ଜାତୀୟ ରାଜପଥରେ ରଥ ଗଡିବା ସମସ୍ୟା ହେଉଛି। ଅଙ୍କାବଙ୍କା ରାସ୍ତା ହେତୁ ୨୦୧୯ରେ ନାହିଁ ନ ଥିବା ସମସ୍ୟା ଉପୁଜିଥିଲା। ଏହାକୁ ଦୃଷ୍ଟିରେ ରଖି ଗୋଟିଏ ରଥ ଗଡିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି କମିଟି କହିଛି।