ଆନନ୍ଦପୁର : ଆନନ୍ଦପୁର ଥାନା କନ୍ତଳା ଗ୍ରାମରେ ଡାହାଣୀ ସନ୍ଦେହରେ ଜଣେ ମହିଳାଙ୍କୁ ହତ୍ୟା ମାମଲାର ବିଚାର କରି ଆନନ୍ଦପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ପ୍ରଜ୍ୟୋତି ରାଉତ ହତ୍ୟାକାରୀକୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି।

Advertisment

କନ୍ତଳା ଗ୍ରାମର ବିରାଂ ପୂର୍ତ୍ତି ଗୁଣିଗାରେଡ଼ି କରୁଥିବା ନେଇ ସେହି ଗ୍ରାମର ଅଙ୍କୁରା ବିରୁଆ ସନ୍ଦେହ କରୁଥିଲା। ୨୦୧୯ ସ‌େପ୍ଟେମ୍ବର ୨୫ ଅପରାହ୍‌ଣ ସାଢ଼େ ୫ଟା ବେଳେ ଅଙ୍କୁରା ଟାଙ୍ଗିଆରେ ହାଣି ବିରାଂକୁ ହତ୍ୟା କରିଥିଲା। ଅଙ୍କୁରାଙ୍କ ଘର ପାଖରେ ଥିବା ଏକ କୁସୁମଗଛ ମୂଳେ ବିରାଂଙ୍କ ଶବ ପଡ଼ିଥିଲା। ଏନେଇ ତାଙ୍କ ପୁଅ ସିଂଘ୍ରାଇ ପୂର୍ତ୍ତି ଆନନ୍ଦନପୁର ଥାନାରେ ଅଭିଯୋଗ କରିଥିଲେ। ଏନେଇ ପୁଲିସ କେସ୍‌ ନମ୍ବର ୧୭୮/୨୦୧୯ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଅଙ୍କୁରାକୁ ଗିରଫ କରିଥିଲା।

କୋର୍ଟ ଏହି ମାମଲାର ବିଚାର କରି ଅଙ୍କୁରାକୁ ଆଜୀବନ କାରାଦଣ୍ଡ ସହ ୨୫ ହଜାର ଟଙ୍କା ଜରିମାନା ନିର୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଅଧିକ ଦୁଇବର୍ଷ ଜେଲ୍‌ ଦଣ୍ଡ ପାଇଁ ନିର୍ଦ୍ଦେଶ ହୋଇଛି। ସରକାରୀ ଓକିଲ ଅଶ୍ବିନୀ କୁମାର ମଲ୍ଲିକ ଏହି ମାମଲା ପରିଚାଳନା କରୁଥିଲେ।