୪୩ କୋଟିର କେଳେଙ୍କାରୀ : ସମବାୟ ବ୍ୟାଙ୍କରେ ବଡ଼ ଧରଣର ଅନିୟମିତତା, ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନେବାକୁ କୁନ୍ଥକୁନ୍ଥ

୧୬୨ କର୍ମଚାରୀ ସଂପୃକ୍ତ, ଅନେକ ଅବସର ନେଲେଣି

ଭୁବନେଶ୍ବର : କେତେବେଳେ ଆଇନକାନୁନକୁ ଫାଙ୍କିଦେଇ କଟକ ଶାଖାକୁ ଟଙ୍କା ଦିଆଯାଇଛି, ଆଉ କେବେ ରାଉରକେଲା ଶାଖାକୁ। ପୁଣି କେବେ ନିୟମକୁ ଆଖିବୁଜି ବିଜୟାନନ୍ଦ ଚିନିକଳକୁ ଅର୍ଥ ପ୍ରଦାନ କରାଯାଇଛି।

ଏମିତି ଭାବେ ପାଖାପାଖି ୪୩ େକାଟି ଟଙ୍କାର େକଳେଙ୍କାରୀ େହାଇଛି। ୧୬୨ ଜଣ କର୍ମଚାରୀ ଏହି ଦୁର୍ନୀତିରେ ସଂପୃକ୍ତ। ଅନୁଗୁଳ ସଂଯୁକ୍ତ େକନ୍ଦ୍ରୀୟ ସମବାୟ ବ୍ୟାଙ୍କ ଲିମିଟେଡଠାରୁ ଆରମ୍ଭ କରି ସୁନ୍ଦରଗଡ଼ ଜିଲ୍ଲା େକନ୍ଦ୍ରୀୟ ସମବାୟ ବ୍ୟାଙ୍କ ୧୩ଟି ସଂସ୍ଥା ନାେଁର ୩୨ େକାଟି ଟଙ୍କାର ଅଭିେଯାଗ ଗଡୁଛି।

େଖାଦ୍ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଏଭଳି ତଥ୍ୟ ରଖିଛନ୍ତି ବିଧାନସଭାରେ। ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ସ୍ବାଇଁ େଯଉଁ ତଥ୍ୟ େଦଇଛନ୍ତି, ତାହା ତାଜୁବ୍ କଲା ଭଳି।

ହେଲେ ଏତେ ବଡ଼ ଘଟଣାରେ ସମବାୟ ବିଭାଗ ଓ ରାଜ୍ୟ ସରକାର େଯଭଳି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କଥା ତାହା େହାଇନାହିଁ। କାର୍ଯ୍ୟାନୁଷ୍ଠାନର ଭାଗ ମାପ ସମବାୟବିତମାନଙ୍କୁ ଆନ୍ଦୋଳିତ କରୁଛି, ଜମାକାରୀଙ୍କୁ ବି। କେବଳ ସେତିକି ନୁେହଁ, ରାଜ୍ୟ ସମବାୟ ବିଭାଗ କେଉଁଭଳି ଚାଲିଛି, ତାହା ଏହି େଗାଟିଏ ପ୍ରସଙ୍ଗକୁ ନିେରଖି ଦେଖିଲେ, ଅତି ସହଜରେ ବୁଝା ପଡ଼ିଯାଉଛି।

ମନ୍ତ୍ରୀ କହିଛନ୍ତି, ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କରେ େଯଉଁ ଆର୍ଥିକ ଅନିୟମିତତା, ଅର୍ଥ େତାଷରପାତ ଓ ଋଣ ଜାଲିଆତି େହାଇଛି, ସେ ଜନିତ କ୍ଷତିର ପରିମାଣ ୯ େକାଟି ୭୫ଲକ୍ଷ ୫୩ ହଜାର ୭୫୩ ଟଙ୍କା। ଏଥିରେ ବ୍ୟାଙ୍କର ୩୨ ଜଣ କର୍ମଚାରୀଙ୍କ ସଂପୃକ୍ତି ରହିଛି। ସେମାନଙ୍କ ବିେରାଧରେ ବ୍ୟାଙ୍କ କର୍ତୃପକ୍ଷ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ େନଇଥିବା ସୂଚାଇଛନ୍ତି।

େସହିଭଳି େକନ୍ଦ୍ର ସମବାୟ ବ୍ୟାଙ୍କରେ େଯଉଁ ଆର୍ଥିକ ଅନିୟମିତତା, ଅର୍ଥ େତାଷରପାତ, ଋଣ ଜାଲିଆତି ଜନିତ କ୍ଷତି ଘଟିଛି, ତାହାର ପରିମାଣ ୩୨ େକାଟି ୪୯ଲକ୍ଷ ୬୩ ହଜାର ୭୯ େକାଟି ୬୦ ପଇସା। ଏଥିରେ ୧୨୯ ଜଣ କର୍ମଚାରୀଙ୍କ ସଂପୃକ୍ତି ରହିଛି। ସଂପୃକ୍ତ କର୍ମଚାରୀଙ୍କ ବିେରାଧରେ ଭିଜିଲାନସ ମକଦ୍ଦମା ଚାଲିଛି, ବ୍ୟାଙ୍କ କର୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ େନଇଛନ୍ତି େବାଲି ମନ୍ତ୍ରୀ ଦର୍ଶାଇଛନ୍ତି।

ରାଜ୍ୟ ସମବାୟ ବ୍ୟାଙ୍କ କେଳେଙ୍କାରୀ ନେଇ ନିକଟରେ ନାବାର୍ଡ ସାଂଘାତିକ ତଥ୍ୟ ଆଣିଛନ୍ତି। ଠିକ୍ ଏମିତି ସମୟରେ ସମବାୟ ବିଭାଗ ସଂପର୍କରେ ମନ୍ତ୍ରୀ ଆଣିଥିବା ତଥ୍ୟ ସୂଚାଇ ଦେଉଛି େଯ ସରକାର ଜାଣି ବି ଏତେ ବଡ଼ ଘଟଣାରେ େଯଭଳି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ େନବା କଥା ତାହା େନଇନାହାନ୍ତି। ଭିଜିଲାନସ ତଦନ୍ତ କେମିତି ଚାଲିଛି େକଜାଣି, ସମବାୟ ବ୍ୟାଙ୍କର ଏହି ଭୟଙ୍କର କେଳେଙ୍କାରୀର ଗଭୀରତା ହୃଦବୋଧ କରିହେଉନାହିଁ। ଅଧିକାଂଶ କର୍ମଚାରୀ ଅବସର େନଇଛନ୍ତି। ଜଣେ ଦୁଇଜଣଙ୍କୁ ସରକାର ବରଖାସ୍ତ କରିଛନ୍ତି। ହେଲେ ଅଧିକାଂଶ ମାମଲାକୁ କିନ୍ତୁ ତଦନ୍ତ ଆଳରେ ଅଟକାଇ ରଖାଯାଇଛି।

େଗାଟିଏ ପଟେ େକନ୍ଦ୍ର ସରକାର ଦୁର୍ନୀତି ବିେରାଧୀ ଆଭିମୁଖ୍ୟ ଦେଖାଇ ଜଣେ ପରେ ଜଣେ ବରିଷ୍ଠ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ବା ବରଖାସ୍ତ କରୁଛନ୍ତି। ସେତେବେଳେ ରାଜ୍ୟ ସରକାର ସମବାୟ ବ୍ୟାଙ୍କକୁ ଦୁର୍ବଳ କରିଦେବା ଲାଗି ଷଡ଼ଯନ୍ତ୍ର ଭିଆଇଉଥିବା ଏହି ଅଧିକାରୀଙ୍କ େକ୍ଷତ୍ରରେ କାହିଁକି ମାତ୍ରାଧିକ ଅନୁକମ୍ପା ପ୍ରଦର୍ଶନ କରୁଛନ୍ତି, ତାହା ବୁଝା ପଡୁନାହିଁ।

ସରକାରୀ ତଥ୍ୟ କହୁଛି, ଅନୁଗୁଳ ସଂଯୁକ୍ତ େକନ୍ଦ୍ରୀୟ ସମବାୟ ବ୍ୟାଙ୍କରେ ୧୪ େକାଟି ୫୨ ଲକ୍ଷ ଟଙ୍କାର େକଳେଙ୍କାରୀ େହାଇଛି। ବଲାଙ୍ଗୀର େକନ୍ଦ୍ରୀୟ ସମବାୟ ବ୍ୟାଙ୍କରେ ୩୩ଲକ୍ଷ ୨୧ ହଜାର, ବାେଲଶ୍ବରରେ ୫ େକାଟି ୮୬ଲକ୍ଷ। ସେମିତି ବୌଦ୍ଧ େକନ୍ଦ୍ରୀୟ ସମବାୟ ବ୍ୟାଙ୍କ, ଭବାନୀପାଟଣା େକନ୍ଦ୍ରୀୟ ସମବାୟ ବ୍ୟାଙ୍କ, ବାଙ୍କୀ େକନ୍ଦ୍ରୀୟ ସମବାୟ ବ୍ୟାଙ୍କ, େଖାର୍ଧା େକନ୍ଦ୍ରୀୟ ସମବାୟ ବ୍ୟାଙ୍କ, ସମ୍ବଲପୁର ଜିଲ୍ଲା େକନ୍ଦ୍ରୀୟ ସମବାୟ ବ୍ୟାଙ୍କ, ମୟୂରଭଂଜ େକନ୍ଦ୍ରୀୟ ସମବାୟ ବ୍ୟାଙ୍କ, କଟକ େକନ୍ଦ୍ରୀୟ ସମବାୟ ବ୍ୟାଙ୍କ, େକନ୍ଦୁଝର େକନ୍ଦ୍ରୀୟ ସମବାୟ ବ୍ୟାଙ୍କ, କୋରାପୁଟ େକନ୍ଦ୍ରୀୟ ସମବାୟ ବ୍ୟାଙ୍କ, ସୁନ୍ଦରଗଡ଼ ‌େକନ୍ଦ୍ରୀୟ ସମବାୟ ବ୍ୟାଙ୍କରେ ବି େକଳେଙ୍କାରୀ େହାଇଛି। ୨୧୭ ଜଣ ଗ୍ରାହକ ବି ଏଥିରେ ପ୍ରଭାବିତ େହାଇଛନ୍ତି।

ସମ୍ବନ୍ଧିତ ଖବର