ଭୁବନେଶ୍ୱର: ରାଜ୍ୟର ସମବାୟ ସମିତିଗୁଡ଼ିକର କାର୍ଯ୍ୟକାଳ ଶେଷ ହୋଇଛି। କିନ୍ତୁ ବର୍ତ୍ତମାନ ପରିପ୍ରେକ୍ଷୀରେ ସମବାୟ ସମିତି ପାଇଁ ନିର୍ବାଚନ ସମ୍ଭବ ହୋଇ ପାରିବ ନାହିଁ ବୋଲି ରାଜ୍ୟ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସୂଚନା ଦେଇଛନ୍ତି।

Advertisment

ଯେଉଁ ସମବାୟ ସମିତିଗୁଡ଼ିକର କାର୍ଯ୍ୟକାଳ ସରିଛି, ସେଠାରେ ପରିଚାଳନା ଲାଗି କୋ-ଅପରେଟିଭ୍‌ ଇନ୍ସପେକ୍ଟରଙ୍କୁ ଦାୟିତ୍ବ ଦିଆଯିବ । ଆସନ୍ତା ଫେବ୍ରୁଆରି ମାସରେ ୯୯୭ଟି ପ୍ରାଥମିକ ସମବାୟ ସମିତିର କାର୍ଯ୍ୟକାଳ ଶେଷ ହେବ। ସେହିପରି ମାର୍ଚ୍ଚ ମାସରେ ୬୩ଟି ପ୍ରାଥମିକ ସମବାୟ ସମିତିର କାର୍ଯ୍ୟକାଳ ସରିବ ବୋଲି ସମବାୟ ମନ୍ତ୍ରୀ କହିଛନ୍ତି। ସୂଚନାଯୋଗ୍ୟ ରାଜ୍ୟରେ ଏପର୍ଯ୍ୟନ୍ତ ୧୯୨୬ଟି ସମବାୟ ସମିତିର କାର୍ଯ୍ୟକାଳ ଶେଷ ହୋଇଥିବା ଜଣାପଡ଼ିଛି।

ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି, ଅନିୟମିତତା ଅଭିଯୋଗ ଆସିଥିବା ସମବାୟ ସମିତି ବିରୋଧରେ ତଦନ୍ତ ଚାଲିଛି। କେନ୍ଦ୍ରାପଡ଼ା ସମବାୟ ସମିତି ଅନିୟମିତତା ଅଭିଯୋଗର ତଦନ୍ତ ଜାରି ରହିଛି। ଦୋଷୀ ପ୍ରମାଣିତ ହେଲେ ଅଭିଯୁକ୍ତମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି।