ଭୁବନେଶ୍ବର : ଜାତୀୟ କୁଷ୍ଠ ନିରାକରଣ କାର୍ଯ୍ୟକ୍ରମ(ଏନ୍ଏଲଇପି) ଅଧୀନରେ ଚାଲୁଥିବା ଭିନ୍ନକ୍ଷମ ନିରାକରଣ ଓ ମେଡିକାଲ ପୁନର୍ବାସ(ଡିପିଏମ୍ଆର) ସହିତ ଲିମ୍ପାଟିକ ଫାଇଲେରିଆ ନିରାକରଣ(ଇଏଲଏଫ୍) ଅଧୀନରେ ଥିବା ଅସୁସ୍ଥତା ପରିଚାଳନା ଓ ଅକ୍ଷମତା ନିୟନ୍ତ୍ରଣ(ଏନ୍ଏମ୍ଡିପି)ର ମିଶ୍ରଣ କରାଯାଇଛି। ଏଣିକି ଏହା ସମନ୍ବିତ ଡିପିଏମ୍ଆର କ୍ଲିନିକ୍ ଭାବେ ବିବେଚିତ ହେବ। ଯାହାଫଳରେ ଗୋଟିଏ କ୍ଲିନିକ୍ ଅଧୀନରେ କୁଷ୍ଠ ଓ ଫାଇଲେରିଆ ରୋଗୀଙ୍କ ଚିକିତ୍ସା ହୋଇପାରିବ।
ଦୁଇ କାର୍ଯ୍ୟକ୍ରମର ମିଶ୍ରଣ ସଂପର୍କରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦେଶନାମା ପ୍ରକାଶ ପାଇଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ ନିର୍ଦେଶନାମା ପ୍ରକାଶ ପାଇବାର ୧ମାସ ମଧ୍ୟରେ ଜିଲ୍ଲାସ୍ତରରେ ଏଥିପାଇଁ ପଦକ୍ଷେପ ଗ୍ରହଣ କରାଯିବ। ଦୁଇ କାର୍ଯ୍ୟକ୍ରମର ମିଶ୍ରଣ ଫଳରେ ଏହି ଦୁଇ ରୋଗୀଙ୍କୁ ଉପଯୁକ୍ତ ସେବା ସହିତ ତାଲିମପ୍ରାପ୍ତ ମାନବସମ୍ବଳର ସ୍ବାସ୍ଥ୍ୟସେବାର ସର୍ବାଧିକ ବ୍ୟବହାର ହୋଇପାରିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/leprosy-2.jpg)