ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଜଙ୍ଗଲରେ ପିଏଲ୍‌ଏଫ୍‌ଆଇ-ପୁଲିସ ଗୁଳି ବିନିମୟ, ବନ୍ଧୁକ, ଅଫୁଟା ଗୁଳି ସହ ଅନ୍ୟାନ୍ୟ ସାମଗ୍ରୀ ଜବତ

ରାଉରକେଲା : ଆଜି ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ସିମ୍‌ଡେଗା ବାନୋ ଖରବା ଗଢ଼ା ଜଙ୍ଗଲରେ ପିଏଲ୍‌ଏଫଆଇ-ପୁଲିସ ଗୁଳି ବିନିୟମ ହୋଇଛି। ପ୍ରାୟ ଅଧଘଣ୍ଟା ଧରି ଉଭୟ ପଟୁ ଗୁଳି ବିନିୟମ ହୋଇଥିଲା। ଘଟଣାସ୍ଥଳରୁ ପୁଲିସ ବନ୍ଧୁକ, ବିପୁଳ ପରିମାଣରେ ଅଫୁଟା ଗୁଳି, ମୋବାଇଲ ସମେତ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି। ଘଟଣାସ୍ଥଳରୁ ପୁଲିସ ତିନି ପିଏଲ୍‌ଏଫଆଇ ସଦସ୍ୟଙ୍କୁ ଗିରଫ କରିଛି। ଅନ୍ୟମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ସିମ୍‌ଡେଗା ପୁଲିସ ଅଧୀକ୍ଷକ ସଞ୍ଜିବ କୁମାର କହିଛନ୍ତି। ତାଙ୍କ କହିବାନୁଯାୟୀ ଖରବାଗଢ଼ା ଜଙ୍ଗଲରେ କିଛି ପିଏଲ୍‌ଏଫଆଇ ବଡ ଧରଣର ହିଂସାକାଣ୍ଡ ଘଟାଇବାକୁ ଯୋଜନା କରୁଥିବା ସୂଚନା ମିଳିଥିଲା। ସୂଚନା ଆଧାରରେ ସ୍ବତନ୍ତ୍ର ପୁଲିସ ଜଙ୍ଗଲକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ୍‌ ଆରମ୍ଭ କରିଥିଲେ। ପିଏଲ୍‌ଏଫ୍‌ଆଇମାନେ ସେଠାରୁ ଖସିଯିବାକୁ ପୁଲିସ ଉପରକୁ ଗୁଳି ଚାଳନା କରିଥିଲେ। ପାଲଟା ଜବାବରେ ପୁଲିସ ସେମାନଙ୍କ ଉପରକୁ ଗୁଳିଚାଳନା କରିଥିଲା। ପୁଲିସ ଗୁଳିରେ କିଛି ପିଏଲ୍‌ଏଫଆଇ ଆହତ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ୍‌କୁ ଜୋରଦାର କରାଯାଇଛି।

ସମ୍ବନ୍ଧିତ ଖବର