ମାଲକାନଗିରିର କପି ମାଷ୍ଟର, ମୋବାଇଲ ଦେଖି ଉତ୍ତର ଲେଖିଲେ-ଫଟୋ ଛାଡିଲେ

ମାଲକାନଗିରି(ପ୍ରେମେନ୍ଦ୍ର ପରିଚ୍ଛା): ମୋବାଇଲରେ ଥିଲା ପ୍ରଶ୍ନର ସବୁ ଉତ୍ତର, ପରୀକ୍ଷା ହଲକୁ ମୋବାଇଲ ନେଇ ଧୁମ ଲେଖିଲେ ଆଉ ବାହାଦୁରି ପାଇଁ ଫଟୋ ଛାଡିଲେ | କିଛି ଏଭଳି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ମହାବିଦ୍ୟାଳୟରେ | ଏଠାରେ କିଛି ଛାତ୍ର ଖୁଲମଖୁଲା କପି କରୁଥିବାର ଦୃଶ୍ୟ ଏବେ ସାମ୍ନାକୁ ଆସିଛି |ମିଳିଥିବା ସୂଚନା ମୁତାବକ ମାଲକାନଗିରି ମହାବିଦ୍ୟାଳୟର ଯୁକ୍ତ ତିନି ଶେଷ ବର୍ଷର ପରୀକ୍ଷା ଚାଲିଛି |

ତେବେ ଏହି ଇଂଟରନାଲ ପରୀକ୍ଷା ପାଇଁ ୨୦ ମାର୍କ ଥିବାବେଳେ କିଛି ଛାତ୍ର ପରୀକ୍ଷା କେନ୍ଦ୍ର ଭିତରକୁ ମୋବାଇଲ ନେଇଥିଲେ | ପରୀକ୍ଷାରେ ଆସିଥିବା ପ୍ରଶ୍ନର ଉତ୍ତର ମୋବାଇଲ ମାଧ୍ୟମରେ ଖୋଜି ଲେଖିଲେ ଓ ନିଜର ଏହି ହିରୋଗିରି ପାଇଁ ସେଲ୍ଫି ବି ନେଲେ | ପରେ ଏହି ଫଟୋକୁ ହ୍ଵାଟ୍ସଆପରେ ଛାଡିଛନ୍ତି |

 

ଏହି ଘଟଣାକୁ ମାଲକାନଗିରି ମହାବିଦ୍ୟାଳୟର ପ୍ରିନିସିପାଲ ଅଶୋକ ଷଡ଼ଙ୍ଗୀ ସ୍ୱୀକାର କରିଛନ୍ତି | ସେ କହିଛନ୍ତି ଯେ କେଉଁ ପରିସ୍ଥିତିରେ ମୋବାଇଲ ପରୀକ୍ଷା କେନ୍ଦ୍ର ଭିତରକୁ ଗଲା ସେ ବାବଦରେ ପିଲାମାନଙ୍କୁ ଡାକି ପଚରାଯିବ | କିଛି ପିଲା କଲେଜକୁ ବଦନାମ କରିବାକୁ ଚେଷ୍ଟା କରିଛନ୍ତି ବୋଲି ଶ୍ରୀ ଷଡ଼ଙ୍ଗୀ କହିଛନ୍ତି |

ସମ୍ବନ୍ଧିତ ଖବର