ଦେବଗଡ଼ କଲେଜରେ ଅଭାବନୀୟ କାଣ୍ଡ, କପି ପାଇଁ ଏମିତି ଜିଦ୍‌!

ସିସିଟିଭି କ୍ୟାମେରାକୁ ଡରିଲେ ଖାତା ଧରି ବାହାରକୁ ଚାଲିଆସିଲେ, ୬୮ ପରୀକ୍ଷାର୍ଥୀଙ୍କ ଖାତା ଜବତ

ଦେବଗଡ଼: ପରୀକ୍ଷା କେନ୍ଦ୍ରରେ ସିସିଟିଭି କ୍ୟାମେରା ଲଗାଯିବା ଘଟଣାକୁ ନେଇ ଆଜି ଦେବଗଡ କଲେଜରେ ଅଭାବନୀୟ ପରିସ୍ଥିତି ସୃଷ୍ଟି େହାଇଥିଲା। ସିସିଟିଭି ଲାଗିଲେ ପରୀକ୍ଷା େଦବୁନି େବାଲି ଛାତ୍ରଛାତ୍ରୀମାେନ ପରୀକ୍ଷା େକନ୍ଦ୍ର ଛାଡି ବାହାରକୁ ଚାଲିଆସିଥିଲେ। ସ୍ଥିତି ଏମିତି େହାଇଥିଲା େଯ ଜିଲ୍ଲାପାଳ ଓ ଏସପି ଘଟଣାରେ ହସ୍ତକ୍ଷେପ କରିଥିଲେ। କିନ୍ତୁ ବିଶୃଙ୍ଖଳା ଅଭିଯୋଗରେ ପରୀକ୍ଷାର୍ଥୀଙ୍କ ଖାତା ଜବତ କରାଯାଇଛି। ଅଭିେଯାଗ ଉଠିଛି େଯ ସମ୍ଭବତଃ କପି ପାଇଁ ସୁେଯାଗ ଆଉ ମିଳିବ ନାହିଁ େବାଲି ଜାଣିବା ପରେ କିଛି ଛାତ୍ରଛାତ୍ରୀ ଏଭଳି ପ୍ରତିକ୍ରିୟା ପ୍ରକାଶ କରିଥିଲେ। କପି ଓ ପରୀକ୍ଷା ପରିଚାଳନାରେ ବିଭ୍ରାଟ େରାକିବା ପାଇଁ ରାଜ୍ୟ ସରକାର ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯିବା ଉପରେ ଗୁରୁତ୍ବାେରାପ କରିଛନ୍ତି। ଏହି କ୍ରମରେ ରାଜ୍ୟର ପ୍ରାୟ ସବୁ ପରୀକ୍ଷା େକନ୍ଦ୍ରରେ ସିସିଟିଭି ଲଗାଯାଇଛି। କିନ୍ତୁ ଛାତ୍ରଛାତ୍ରୀମାେନ ଏବେ ସିସିଟିଭିକୁ ବିେରାଧ କରିବା ଆରମ୍ଭ କଲେଣି। ଆଜି ଦେବଗଡ କଲେଜରେ ଏହାକୁ ନେଇ ତୁମୁଳକାଣ୍ଡ େହାଇଛି। ମଙ୍ଗଳବାର +୨ ବିଜ୍ଞାନର ପଦାର୍ଥ ବିଜ୍ଞାନ ପରୀକ୍ଷା ଥିଲା। ହେଲେ ପରୀକ୍ଷାର୍ଥୀ ସିସିଟିଭି କ୍ୟାମେରା ସମ୍ମୁଖରେ ବସି ପରୀକ୍ଷା ଦେବାକୁ ଅମଙ୍ଗ େହାଇଥିଲେ। ହଠାତ୍‌ କେତେକ ଛାତ୍ରଛାତ୍ରୀ ପରୀକ୍ଷା କେନ୍ଦ୍ରରୁ ଉଠି ଆସିଥିଲେ। କ୍ୟାମେରା ସାମ୍ନାରେ ବସି ପରୀକ୍ଷା ଦେବେ ନାହିଁ ବୋଲି ଜିଦ୍ ଧରିଥିଲେ। କାହିଁକି େଦବ ନାହିଁ େବାଲି ଅଧ୍ୟାପକମାେନ େଯତେ ବୁଝାସୁଝା କରିଥିଲେ ମଧ୍ୟ ତାହା ସେମାନଙ୍କୁ ପ୍ରଭାବିତ କରି ପାରିନଥିଲା। ଏକଥା ସୂଚାଇ ଦେଇଥିଲା େଯ ସମ୍ଭବତଃ କପି କରିବାକୁ ସୁେଯାଗ ମିଳିବ ନାହିଁ େବାଲି ଜାଣିବା ପରେ କିଛି ଛାତ୍ରଛାତ୍ରୀ ଏଭଳି ଉତକ୍ଷିପ୍ତ େହାଇପଡିଥିଲେ। ଏହାକୁ ନେଇ କିଛି ସମୟ ଧରି କଲେଜରେ ଉତ୍ତେଜନା ପରିସ୍ଥିତି ଦେଖା‌ଦେଇଥିଲା। ପରିସ୍ଥିତି ଅଣାୟତ୍ତ ହେବାରୁ କଲେଜ ଅଧ୍ୟକ୍ଷା ସନ୍ତୋଷିନୀ ଶତପଥୀ ଏ ସଂପର୍କରେ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲ ଏବଂ ଏସ୍‌ପି ରାହୁଲ ଜୈନଙ୍କୁ ସୂଚନା ଦେଇଥିଲେ। ଜିଲ୍ଲାପାଳ ଓ ଏସପି କଲେଜରେ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିଥିଲେ। ପରେ ପରିସ୍ଥିତ ଶାନ୍ତ ପଡ଼ିଥିଲା। ମୋଟ ୧୨୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିବା ବେଳେ ଆଜି ଜଣେ ଅନୁପସ୍ଥିତ ଥିଲେ। ବିଶୃଙ୍ଖଳା ପାଇଁ ୬୮ଜଣ ପରୀକ୍ଷାର୍ଥୀଙ୍କ ଖାତା ଜବତ କରି କଣ୍ଟ୍ରୋଲରଙ୍କ ପାଖକୁ ପଠାଯାଇଛି। ପରୀକ୍ଷା ‌ଦେଇଥିବା ଅନ୍ୟ ୫୯ ପରୀକ୍ଷାର୍ଥୀଙ୍କ ଖାତା ମୂଲ୍ୟାଙ୍କନ ପାଇଁ ପଠାଇଯାଇଥିବା ଅଧ୍ୟକ୍ଷା ଶ୍ରୀମତୀ ଶତପଥୀ ସୂଚନା ଦେଇଛନ୍ତି। ଏଥି ସହ ଏ ବାବଦରେ ଶ୍ରୀମତୀ ଶତପଥୀ କଣ୍ଟ୍ରୋ‌ଲରଙ୍କୁ ମଧ୍ୟ ଜଣାଇଥିବା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର