କପି ଭାଇରାଲ୍ ହେବା ପରେ କାମାକ୍ଷାନଗର ଉପଖଣ୍ଡର ୧୧ଟି ପରୀକ୍ଷା କେନ୍ଦ୍ରରେ ୧୪୪ ଧାରା

କାମାକ୍ଷାନଗର: ଗତ ୨୨ ତାରିଖ ଇଂରାଜି ପରୀକ୍ଷାରେ ବିହାର ଭଳିଆ କପି ହୋଇଥିଲା ଢେଙ୍କାନାଳ ଜିଲ୍ଲାର କଙ୍କଡାହାଡ଼ ବ୍ଲକ୍ ଅନ୍ତର୍ଗତ ବିରିବୋଲେଇରେ ଥିବା ଜନତା ସରକାରୀ ଉଚ୍ଚ ବିଦ୍ୟାଳୟରେ। ଅପରପକ୍ଷରେ ବାପୁଜୀ ଉଚ୍ଚ ବିଦ୍ୟାଳୟ ଗଡ଼ପଳାଶୁଣିରେ କପି ଦେବାକୁ ଯାଇ ଜଣେ ଅଭିଭାଵକଙ୍କୁ ପୁଲିସ ବାଡ଼େଇ ଗୁରୁତର କରିବା ଘଟଣା ଘଟିଥିଲା।

ଆଜି ହେଉଥିବା ପରୀକ୍ଷାକୁ ସୁଚାରୁରୂପେ ସଂପାଦିତ କରିବା ପାଇଁ ବିଭାଗ ତରଫରୁ ସେହି ଦୁଇଟି ପରୀକ୍ଷା କେନ୍ଦ୍ରରେ ୧୪୪ ଧାରା ଲଗାଇବା ସାଙ୍ଗକୁ ସେଠାରେ ଦୁଇଜଣ ମାଜିଷ୍ଟ୍ରେଟ ରହିଛନ୍ତି। ସେହିଭଳି କାମାକ୍ଷାନଗର ଉପଖଣ୍ଡର ୪ଟି ବ୍ଳକର ସମୁଦାୟ ୧୧ଟି ପରୀକ୍ଷା କେନ୍ଦ୍ରରେ ୧୪୪ ଧାରା ଜାରି କରାଯାଇଛି ବୋଲି କାମାକ୍ଷାନଗର ବ୍ଳକ୍ ଶିକ୍ଷା ଅଧିକାରୀ ଅଜୟ ପାତ୍ର ସୂଚନା ଦେଇଛନ୍ତି ।


ସୂଚନାଯୋଗ୍ୟ, ଆଜି ତୃତୀୟ ଭାଷା ପରୀକ୍ଷା ଥିବା ବେଳେ ଏହାକୁ ଆଖି ଆଗରେ ରଖି ବିଭାଗ ପକ୍ଷରୁ ସମସ୍ତ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସେପଟେ କଟକ ଜିଲ୍ଲାର ୫ଟି ପରୀକ୍ଷା କେନ୍ଦ୍ରରେ ଅତିରିକ୍ତ ଫୋର୍ସ ମୁତୟନ କରିବାକୁ କଟକ ଡିସିପି ଓ ଗ୍ରାମାଞ୍ଚଳ ଏସ୍‌ପିଙ୍କୁ ମାଧ୍ୟମିକ ଶିକ୍ଷା ପରିଷଦର ସମ୍ପାଦକ ଚିଠି ଲେଖିଥିବାର ସୂଚନା ମିଳିଛି।

ସମ୍ବନ୍ଧିତ ଖବର