କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଚଣ୍ଡିଖୋଲ: କୋଭିଡର ଚତୁର୍ଥ ଲହରରେ ବଡ଼ଚଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ମୃତକ ବଡ଼ଚଣା ବ୍ଲକ୍‌ ଅନ୍ତର୍ଗତ ବୈରୀ ଗ୍ରାମର ନାରାୟଣ ରାଉତ(୫୪)। ସୂଚନା ମୁତାବକ, ମାସେ ପୂର୍ବରୁ ନାରାୟଣ ଜ୍ୱରରେ ଆକ୍ରାନ୍ତ ହୋଇଥିଲେ। ନିଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ କଟକ ଜିଲ୍ଲା ଟାଙ୍ଗି ଠାରେ ଥିବା ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ପରୀକ୍ଷା ପରେ ସେ କୋଭିଡ ଆକ୍ରାନ୍ତ ବୋଲି ଜଣା ପଡ଼ିଥିଲା। ପରେ ତାଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ସୁସ୍ଥ ହେବା ପରେ ସେ ଘରକୁ ଫେରିଥିଲେ। ହେଲେ ପୁଣି ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ କଟକ ଜଗତପୁର ଠାରେ ଥିବା ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିଲା। କଟକରୁ ମୃତଦେହ ଅଣାଯାଇ ଗ୍ରାମ ଶ୍ମଶାନରେ ଶେଷକୃତ୍ୟ କରାଯାଇଥିଲା। ପୁଅ ରୁଦ୍ରପ୍ରସାଦ ମୁଖାଗ୍ନି ଦେଇଥିଲେ। ନାରାୟଣଙ୍କ ପତ୍ନୀ, ଦୁଇ ଝିଅ ଓ ଗୋଟିଏ ପୁଅ ଅଛନ୍ତି।

ସମ୍ବନ୍ଧିତ ଖବର