କୋରାପୁଟକୁ ଡେଇଁଲା କରୋନା: ୬୦ ଦିନରେ ୫୩ ଆକ୍ରାନ୍ତ, ଜଣେ ମୃତ

କୋରାପୁଟ: କୋରାପୁଟକୁ ଲମ୍ବା ଲମ୍ଫ ଦେଇଛି କରୋନା। ମଙ୍ଗଳବାର ୯ ପଜିଟିଭ୍‌ ଚିହ୍ନଟ ହୋଇଥିବାବେଳେ ଗତ ୬୦ ଦିନରେ ୫୩ ଆକ୍ରାନ୍ତ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ୮୦କୁ ଛୁଇଁଛି। କୋରାପୁଟରେ ଏବେ ଯାଏ ୧୯୧୯୫ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ୧୬ କରୋନା ସହ ଲଢୁଛନ୍ତି। ଏବେ ୧୯ ହଜାର ୦୯୯ ଜଣ କରୋନାକୁ ହରାଇଥିବାବେଳେ ମୃତ୍ୟୁ ସଂଖ୍ୟା ୮୦ରେ ପହଞ୍ଚିଛି। ପ୍ରଥମ ଲହରରେ ମୃତ୍ୟୁ ସଂଖ୍ୟା ୮ ରହିଥିବାବେଳେ ଦ୍ବିତୀୟ ଲହରରେ ଏହା ୮୦ରେ ପହଞ୍ଚିଛି।

ଗତ ନଭେମ୍ବର ୧୩ରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୨୮ ଡିସେମ୍ବରରେ ଜଣଙ୍କର ମୃତ୍ୟୁ ଘଟିଛି। ତେବେ କୋରାପୁଟ ଜିଲ୍ଲାରେ ଗତ ୬୦ ଦିନରେ ୫୩ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ନଭେମ୍ବର ୬ ତାରିଖରେ ୨ଜଣ, ୭ରେ ୫ଜଣ, ୯ରେ ଓ ୧୨ରେ ଜଣେ ଲେଖାଏଁ, ୧୩ରେ ୩ ଜଣ, ୧୪ରେ ଜଣେ, ୧୭ରେ ଦୁଇ ଜଣ, ୧୮ରେ ୩ ଜଣ, ୧୯ରେ ୨ଜଣ, ୨୦ରେ ଜଣେ, ୨୩ରେ ଦୁଇଜଣ, ୨୭ ଓ ୨୮ରେ ଜଣେ ଲେଖାଏଁ, ୩୦ରେ ଜଣେ, ଡିସେମ୍ବର ୭ରେ ୬ଜଣ, ୧୧ରେ ଜଣେ, ୧୩,୧୫ ଓ ୨୮ରେ ଜଣେ ଲେଖାଏଁ, ୨୯ ଓ ୩୧ରେ ଦୁଇ ଜଣ,୩ ଜାନୁଆରୀରେ ୩ ଓ ୪ ତାରିଖରେ ୯ଜଣ(୫ ପୁରୁଷ ଓ ୪ ମହିଳା) ପଜିଟିଭ ଚିହ୍ନଟ ହୋଇଛନ୍ତି। ମଙ୍ଗଳବାର ଚିହ୍ନଟ ରୋଗୀଙ୍କ ମଧ୍ୟରେ ଜୟପୁର ପୌରପାଳିକାରୁ ୨ଜଣ, ବୋରିଗୁମ୍ମାରୁ ୫ଜଣ ଓ କୋରାପୁଟରୁ ୨ଜଣ ଚିହ୍ନଟ ହୋଇଛନ୍ତି।

ରାଜ୍ୟର ଅନ୍ୟ ଅଞ୍ଚଳରେ କରୋନା ବୃଦ୍ଧି ପାଉଥିବାରୁ କୋଭିଡ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ କୁହାଯାଇଛି। ଜିଲ୍ଲାପାଳଙ୍କ ନିକଟରୁ ସବୁ ଥାନା, ପୌରାଞ୍ଚଳ, ତହସିଲଦାରଙ୍କ ମାସ୍କ ଚେକିଂ, ସାମାଜିକ ଦୂରତା ସହ ଛେପ ପକାଇବାକୁ ବାରଣ କରାଯାଇଛି। ଏନେଇ ପିଡି ଡୁଡାଙ୍କୁ ଚଢାଉ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ  ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏବେ ଜିଲ୍ଲାରେ ପ୍ରତିଦିନ ୨୧୧୭ ସ୍ବାବଟେଷ୍ଟ କରାଯାଇଥିବାବେଳେ ଏବେଯାଏ ୭ ଲକ୍ଷ୬୧ହଜାର୮୭୯ ଜଣଙ୍କର ସ୍ବାବ ଟେଷ୍ଟ କରାଯାଇଛି। ଏବେ ଯାଏ ଜିଲ୍ଲାରେ ୧୯ଲକ୍ଷ୨୪ ହଜାର ୩୨୧ ଜଣଙ୍କୁ ଟିକା ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର