କୋରାପୁଟ: କୋରାପୁଟର ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜର ୬ ଡାକ୍ତରୀ ଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତମାନଙ୍କୁ କୋରାପୁଟ ମେଡିକାଲ କଲେଜର କୋଭିଡ ହସ୍ପିଟାଲରେ ରଖାଯାଇଛି। ସେମାନଙ୍କ ସଂସ୍ପର୍ଶରେ ଆସିଥିବା ୩୦ ଜଣଙ୍କର ସ୍ୱାବ ସଂଗ୍ରହ କରାଯାଇ ଟେଷ୍ଟିଂ ପାଇଁ ପଠା ଯାଇଥିବା ମେଡିକାଲ କଲେଜର ଡିନ କୃଷ୍ଣଚନ୍ଦ୍ର ବିଶ୍ୱାଳ କହିଛନ୍ତି । ସେମାନଙ୍କୁ ମଧ୍ୟ ଆଇସୋଲେସନରେ ରଖାଯାଇଛି । ଆକ୍ରାନ୍ତ ଚିହ୍ନଟ ହେବା ପରେ ସେମାନେ ରହୁଥିବା ଗୋଟିଏ ଫ୍ଲୋରକୁ ମଧ୍ୟ ସିଲ କରାଯାଇଛି । ଆକ୍ରାନ୍ତଙ୍କ ମଧ୍ୟରେ କେହି ବାହାର ଫେରନ୍ତା ନାହାନ୍ତି।
ଅନ୍ୟପକ୍ଷରେ ବୁଧବାର କୋରାପୁଟରୁ ୩ଜଣଙ୍କର ରିପୋର୍ଟ ପିଜିଟିଭ୍ ଆସିଛି। ଜୟପୁର ପୌରାପାଳିକାରୁ ଜଣେ, ସୁନାବେଢାରୁ ଜଣେ ଓ କୋରାପୁଟ ପୌରାଞ୍ଚଳରୁ ଜଣେ ଚିହ୍ନଟ ହୋଇଛନ୍ତି। ଏବେ କରୋନା ସହ ୧୯ ଲଢୁଥିବାବେଳେ ୧୯ହଜାର ୧୯୮ ଜଣ କରେନା ଚିହ୍ନଟ ହୋଇ ସାରିଛନ୍ତି। ଏବେ ସୁଦ୍ଧା ୧୯୦୯୯ କରୋନାକୁ ହରାଇ ଥିବାବେଳେ ୮୦ ଜଣଙ୍କ ମୃତ୍ୟୁ ଘଟିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/9-5.jpg)