ଭୀମସାରରେ କୋଭିଡ୍‌ ସଂକ୍ରମଣ: ଡାକ୍ତର ଓ ଜଣେ ରୋଗୀ ପଜିଟିଭ

ବୁର୍ଲା: ବୁର୍ଲା ଭୀମସାରରେ କରୋନା ସଂକ୍ରମଣ ପୁଣି ବ୍ୟାପିବା ଆରମ୍ଭ କରିଛି। ସୋମବାର ଭୀମସାରରେ ଡାକ୍ତର ଏବଂ କର୍ମଚାରୀଙ୍କୁ ମିଶାଇ ୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମଙ୍ଗଳବାର ପୁଣି ଦୁଇ ଡାକ୍ତର ଏବଂ ସର୍ଜରି ୱାର୍ଡରୁ ଜଣେ ରୋଗୀ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଡାକ୍ତରଖାନା ସୂତ୍ରରୁ ସୂଚନା ମିଳିଛି।

ଅନ୍ୟପଟେ ମଙ୍ଗଳବାର ପୁଣି ଏମ୍‌ସିଏଲ୍ ଡିଏଭି ପବ୍ଲିକ୍ ସ୍କୁଲ୍‌ରେ ଆଉ ଜଣେ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ସ୍କୁଲ୍ ଅଧ୍ୟକ୍ଷା ରଶ୍ମିତା ମିଶ୍ର ସୂଚନା ଦେଇଛନ୍ତି। ସୋମବାର ଏହି ସ୍କୁଲ୍‌ରୁ ୩ ଅଫିସ  କର୍ମଚାରୀଙ୍କ ସମେତ ଜଣେ ଶିକ୍ଷକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ତେବେ ଏମ୍‌ସିଏଲ୍ ମଧ୍ୟରେ ଥିବା ଏହି ଡିଏଭି କର୍ମଚାରୀଙ୍କ ରହିବା ପାଇଁ କ୍ୱାର୍ଟର୍ସ ରହିଛି। ତେବେ କର୍ମଚାରୀମାନେ ରହୁଥିବା ଦୁଇଟି ବ୍ଲକ୍‌ରେ ସମୁଦାୟ ୧୬ଟି ପରିବାର ରହୁଛନ୍ତି। ସଂକ୍ରମଣ ସେଠାରୁ ବ୍ୟାପୁଥିବା ଆଲୋଚନା ହେଉଛି।

ତେବେ ଯେଉଁମାନଙ୍କ ଲକ୍ଷଣ ଦେଖାଯାଉଛି ସେମାନଙ୍କ ତୁରନ୍ତ କୋଭିଡ ପରୀକ୍ଷା କରିବା ପାଇଁ ଅଧ୍ୟକ୍ଷା ପରାମର୍ଶ ଦେଇଥିବା କହିଛନ୍ତି। ଅନ୍ୟପକ୍ଷରେ ସମ୍ବଲପୁର ବିଶ୍ବବିଦ୍ୟାଳୟରେ ୨ ପିଏଚ୍‌ଡି ସ୍କଲାର୍‌ କୋଭିଡ୍‌ ପଜିଟିଭ୍‌ ସଂକ୍ରମିତ ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର