ବୁର୍ଲା: ଭିମ୍ସାର୍ ପ୍ରଥମ କୋଭିଡ୍ ହସ୍ପିଟାଲ୍ରେ ଆଜି ଜଣେ ବହିର୍ବିଭାଗୀୟ ରୋଗୀ କରୋନା ରୋଗୀ ଚିହ୍ନଟ ହୋଇ ଭର୍ତ୍ତି ହୋଇଛନ୍ତି ବୋଲି ଇନ୍ଚାର୍ଜ ଡାକ୍ତର ମନୋରଞ୍ଜନ ନାଏକ ସୂଚନା ଦେଇଛନ୍ତି। ପ୍ରାପ୍ତ ସୂଚନା ଅନୁଯାୟୀ, ରୋଗୀ ଜଣକ କ୍ୟାନ୍ସର ରୋଗରେ ପୀଡ଼ିତ ହୋଇ ଡାକ୍ତରଙ୍କ ପରାମର୍ଶ ପାଇଁ ଆସିଥିଲେ।
ପରାମର୍ଶ ପରେ ବିଭାଗରେ ଭର୍ତ୍ତି ହେବାକୁ ଯାଉଥିଲେ। ବିଭାଗରେ ଭର୍ତ୍ତି ପୂର୍ବରୁ ତାଙ୍କର କୋଭିଡ୍ ପରୀକ୍ଷା କରାଯାଇଥିଲା। ସେଥିରେ ସେ ପଜିଟିଭ ଚିହ୍ନଟ ହେବାରୁ ତାଙ୍କୁ କୋଭିଡ୍ ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଥିଲା। ଆଜିର ରୋଗୀଙ୍କୁ ମିଶାଇ କୋଭିଡ୍ ହସ୍ପିଟାଲରେ ୨ ଜଣ ରୋଗୀ ଅଛନ୍ତି ଏବଂ ଦୁଇ ଜଣକ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଅଛି ବୋଲି ଡାକ୍ତର ନାଏକ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/17-3.jpg)