ଶ୍ରୀମନ୍ଦିର ନୀଳଚକ୍ର ଯାଞ୍ଚ ପାଇଁ ୩ ଦିନିଆ ଗସ୍ତରେ ପହଞ୍ଚିଲେ କୋର କମିଟି ଟିମ୍‌

ପୁରୀ: ‘ଶ୍ରୀମନ୍ଦିର’ର ନୀଳଚକ୍ରର ସ୍ଥିତି ଯାଞ୍ଚ କରିବା ପାଇଁ ବୁଧବାର ୫ ଜଣିଆ କୋର କମିଟି ଟିମ୍‌ ପୁରୀ ପହଞ୍ଚିଛି। ଏହି କମିଟି ୩ ଦିନିଆ ଗସ୍ତରେ ଆସିଛି। ଟିମ୍‌ର ଅଧ୍ୟକ୍ଷ ଆନନ୍ଦତ୍ରାଣ ଗୁପ୍ତାଙ୍କ ନେତୃତ୍ୱରେ ସଦସ୍ୟ ପଦ୍ମଲୋଚନ ମହାପାତ୍ର, ଧର୍ମ ପ୍ରସାଦ ମିଶ୍ର, ଅଚଲ ମିତ୍ର ଓ ଚିତ୍ତ ଦାସ ଆସିଛନ୍ତି।

ଦୀର୍ଘ ୫ ବର୍ଷ ପରେ ପୁରୀ ଶ୍ରୀମନ୍ଦିର ଆସିଥିବା ଏହି ଟିମ୍‌ ସ୍ଥାନୀୟ ପାନ୍ଥନିବାସରେ ଏକ ବୈଠକରେ ଆଲୋଚନା କରିଛି। ବୈଠକ ପରେ କମିଟି ଶ୍ରୀମନ୍ଦିର ଯାଇ ସ୍ଥିତି ପରଖିଛି। କୋର କମିଟିର ସଦସ୍ୟମାନେ ଆଜି ଶ୍ରୀମନ୍ଦିର ପରିସରରେ ଜଗମୋହନ, ଦେହରଣ ଦ୍ୱାର, ନାଟମଣ୍ଡପ ଆଦି ଅନୁଧ୍ୟାନ କରିଛନ୍ତି।

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ କୋର କମିଟି ଟିମ୍‌ ଗୁରୁବାର ନୀଳଚକ୍ରର ସ୍ଥିତି ଅନୁଧ୍ୟାନ କରିପାରନ୍ତି। ସୂଚନାଯୋଗ୍ୟ ପୂର୍ବରୁ କୋର କମିଟି ‘ନୀଳଚକ୍ର’ର ଅନୁଧ୍ୟାନ ପାଇଁ ୨୦୧୩ରେ ପୁରୀ ଆସିଥିଲା।

ସମ୍ବନ୍ଧିତ ଖବର