ପୁଣି ସେହି କାଳ ରାତି: ୧୪ ବର୍ଷ ତଳେ କରମଣ୍ଡଳ ନେଇଥିଲା ୧୬ଜଣଙ୍କ ଜୀବନ: ଆଉ ଏବେ କେତେ?

ଭୁବନେଶ୍ୱର: ପୁଣି କରମଣ୍ଡଳ ଦୁର୍ଘଟଣାର ଶିକାର ହୋଇଛି | ୧୪ ବର୍ଷ ତଳର କାଳ ଶୁକ୍ରବାର ଆଜି ବି କରମଣ୍ଡଳ ସହ ଘଟିଛି | ବାଲେଶ୍ୱର ଜିଲ୍ଲାର ବାହାନଗାରେ ଆଜି କୋଲକାତାରୁ ଚେନ୍ନାଇ ଅଭିମୁଖେ ଯାଉଥିବା କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାର ଶିକାର ହୋଇଛି | ଏହି ଦୁର୍ଘଟଣାରେ ୩୦ରୁ ଅଧିକ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ୨୦୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି | ତେବେ ଆଜି ଆମେ ଆପଣଙ୍କୁ ୧୪ ବର୍ଷ ତଳର ଏମିତି ଏକ ଘଟଣା ବାବଦରେ ମନେପକାଇଦେବୁ ଯାହାକି ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ |

ବାସ୍ତବରେ ୧୪ ବର୍ଷ ତଳେ ବି କରମଣ୍ଡଳ ଏକ୍ସପ୍ରେସ ଯାଜପୁର ରୋଡ ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲା ଆଉ ସେତେବେଳେ ୧୬ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବାବେଳେ ପ୍ରାୟ ୧୬୧ ଜଣ ଆହତ ହୋଇଥିଲେ| ଫେବୃୟାରୀ ୧୩, ୨୦୦୯ ଦିନ ବି ଟ୍ରେନଟି ଦ୍ରୁତ ଗତିରେ ହାଓଡ଼ାରୁ ଚେନ୍ନାଇ ଅଭିମୁଖେ ଯାଉଥିବାବେଳେ ୧୩ଟି ବଗି ଲାଇନଚ୍ୟୁତ ହୋଇଥିଲା ଆଉ ଏଥିରୁ ୧୧ଟି ସ୍ଲିପର ଓ ଦୁଇଟି ଜେନେରାଲ୍ ବଗି ଥିଲା। ରାତି ପ୍ରାୟ ୭:୩୦ରୁ ୭:୪୦ ମଧ୍ୟରେ ଏହି ଦୁର୍ଘଟଣା ଘଟିଥିଲା | ଆଉ ଘଟଣାଚକ୍ରରେ ସେଦିନ ଥିଲା ଶୁକ୍ରବାର।

ଏହି ଦୁର୍ଘଟଣା ପରେ ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନା ସହ କଟକ ସ୍ଥିତ ଏସସିବି ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା | ଦୁର୍ଘଟଣାକୁ ନେଇ ତତ୍କାଳୀନ ରେଳ ମନ୍ତ୍ରୀ ଲାଲୁ ଯାଦବ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ | ତଦନ୍ତ ରିପୋର୍ଟରୁ ଜଣାପଡିଥିଲା ଯେ ଟ୍ରେନଟି ଟ୍ରାକ ପରିବର୍ତ୍ତନ କରୁଥିବା ବେଳେ ଲାଇନଚ୍ୟୁତ ହୋଇଯାଇଥିଲା | ସେତେବେଳେ ଟ୍ରେନର ବେଗ ଘଣ୍ଟା ପ୍ରତି ୧୧୫ କିଲୋମିଟର ଥିଲା |

ସମ୍ବନ୍ଧିତ ଖବର