ପାତ୍ରପୁର : କରୋନା ସାଜିଲା ବାଡ଼ ଆଉ ବାପାଙ୍କ ଶବ ଛୁଇଁପାରିଲାନି ଝିଅ। ଗୋଟିଏ ପଟେ ୩ ଝିଅ ବାପାଙ୍କ ଶବ ପାଖରେ ମୁଣ୍ଡ ରଖି କାନ୍ଦୁଥିବା ବେଳେ ଆଉ ଜଣେ ଝିଅ ଦୂରରୁ ଗୁମୁରି ଗୁମୁରି କାନ୍ଦିବା ଛଡ଼ା ଅନ୍ୟ କୌଣସି ଉପାୟ ନଥିଲା। ବାପାକୁ ଛୁଇଁ ପାରି ନ ଥିବା ଝିଅ ଜଣେ କରୋନା ଯୋଦ୍ଧା। ଗଞ୍ଜାମ ଜିଲ୍ଲା ବ୍ଳକ ଖାରିଆଗୁଡ଼ା ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଶୋକାକୁଳ ପରିବେଶ ଆଣିଦେଇଛି।
ମିଳିଥିବା ସୂଚନାନୁସାରେ ଏହି ଗ୍ରାମର କ୍ବାକ୍ କେ.ଲକ୍ଷ୍ମଣ ମୂର୍ତ୍ତି କିଛି ଦିନ ତଳେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଛାତିରେ ଗଭୀର ଆଘାତ ଲାଗିଥିଲା। ଗତକାଲି ସେ ନିଜେ ସ୍କୁଟି ଚଳାଇ ଗୋଟିଏ ଝିଅ ସହ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ କଷ୍ଟେମଷ୍ଟେ ପହଞ୍ଚିଥିଲେ। ଗତ ବିଳମ୍ବିତ ରାତି ୨ଟାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା।
ଗ୍ରାମରେ ଗତ ରାତିରେ ଲକ୍ଷ୍ମଣଙ୍କ ଶବ ପହଞ୍ଚିବା କ୍ଷଣି ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଦୁଇ ଝିଅ କେ.ମାନୋସା ଓ କେ.ଶିରୋସା କୋକେଇକୁ କାନ୍ଧ ଦେଇଥିବା ବେଳେ ଭାଇ ଜଗଦୀଶ ଓ ଜ୍ବାଇଁ ବି.ବିକି ମଧ୍ୟ ଏଥିରେ ସାହାଯ୍ୟ କରିଥିଲେ। ପରେ ଗ୍ରାମବାସୀ ସହଯୋଗର ହାତ ବଢ଼ାଇଥିଲେ। ତେବେ କେଲୁଆରେ ଏଏନ୍ଏମ୍ ଭାବେ କାର୍ଯ୍ୟ କରୁଥିବା ତାଙ୍କର ଦ୍ବିତୀୟ ଝିଅ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ ଆଉ ବାପାଙ୍କ ଶବ ପାଖକୁ ଆସିବା ଲାଗି ସଂପର୍କୀୟମାନେ ବାରଣ କରିଥିଲେ। ଦୂରରୁ ସେ ବାପାଙ୍କୁ ଦେଖି ବାହୁନି ବାହୁନି କାନ୍ଦିବା ଦୃଶ୍ୟ ଅତ୍ୟନ୍ତ ହୃଦୟବିଦାରକ ଥିଲା। ସେ ବର୍ତ୍ତମାନ କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି।