ବଢ଼ିଲା କରୋନା ସତର୍କତା : ଜନସାଧାରଣଙ୍କ ପାଇଁ ଜାଣିବା କଥା

ମେଡିକାଲରେ ଜନଗହଳି କମାଇବା ଉପରେ ଗୁରୁତ୍ବ।
ଅତି ଜରୁରୀ ଚିକିତ୍ସା ଆବଶ୍ୟକ ନ ପଡ଼ିଲେ ମେଡିକାଲ ଯାଆନ୍ତୁ ନାହିଁ।
ସାଲୁନ୍‌, ବିୟୁଟି ପାର୍ଲର ଓ ସ୍ପାକୁ ସମ୍ପୂର୍ଣ୍ଣ ବନ୍ଦ ରଖାଯିବ।
ପୋଖରୀ, ଜଳାଶୟରେ ଗାଧୋଇବବା ଏବଂ ଲୁଗାପଟା ସଫା କରିବାକୁ ବାରଣ କରାଯାଇଛି।
ପ୍ରଦୂଷିତ ହୋଇଥିବା ପାଣିକୁ ଆଦୌ ବ୍ୟବହାର କରନ୍ତୁ ନାହିଁ।
ହ୍ୟାଣ୍ଡ ପମ୍ପ୍‌, ଟ୍ୟୁବ୍‌ ୱେଲ୍‌ସ୍‌, ପାଇପ୍‌ ପାଣି ବ୍ୟବହାର କରାଯାଇପାରିବ।
ଯଦି କୌଣସି ବ୍ୟକ୍ତିଙ୍କ ‘ଫ୍ଲୁ’ ପରି ଲକ୍ଷଣ ଦେଖାଯାଏ ତାହେଲେ ସେ ବ୍ୟକ୍ତି ହ୍ୟାଣ୍ଡ ପମ୍ପ ବ୍ୟବହାର କରିବେ ନାହିଁ।
ସେପରି ବ୍ୟକ୍ତିଙ୍କୁ ସାର୍ବଜନୀନ ବ୍ୟବହାର ସ୍ଥାନରୁ ଦୂରରେ ରଖାଯିବ।
ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି।

ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ନିୟମାବଳୀ

ସମସ୍ତ କର୍ମଚାରୀ କରୋନା ରୋଗ ସମ୍ପର୍କରେ ସଚେତନ ରହିବେ।
ଯଦି ଜଣେ କେହି ବି ଥଣ୍ଡା, କାଶ ଓ ଜ୍ବରରେ ଆକ୍ରାନ୍ତ ହୁଅନ୍ତି ତତ୍‌କ୍ଷଣାତ୍‌ ଅଫିସ ଛାଡ଼ି ଘରକୁ ଚାଲିଯିବେ।
ଅଫିସ୍‌ ଛାଡ଼ିବା ପୂର୍ବରୁ ବରିଷ୍ଠ ଅଧିକାରୀଙ୍କୁ ସୂଚିତ କରିବେ।
୧୪ ଦିନ ପାଇଁ ଘରେ ସଙ୍ଗରୋଧ ରହିବା ପାଇଁ ଛୁଟି ନେବେ।
ଆବଶ୍ୟକ ପଡ଼ିଲେ ଅଧିକ ଦିନ ଛୁଟିରେ ରହିପାରିବେ।
ଏହି ଅତିରିକ୍ତ ଛୁଟି ସାଧାରଣ ଛୁଟି ଭାବେ ଗଣାଯିବ।
କର୍ମଚାରୀଙ୍କ ପରିବାରର କେହି ଯଦି ଗତ ୪ ତାରିଖ ସୁଦ୍ଧା ବିଦେଶରୁ ଫେରିଥାନ୍ତି ତାହେଲେ ବି ସମ୍ପୃକ୍ତ କର୍ମଚାରୀ ଜଣକ ୧୪ ଦିନ ସଙ୍ଗରୋଧ ରହିବା ବାଞ୍ଛନୀୟ।

ଘରୋଇ କ୍ଷେତ୍ରରେ କାମ କରୁଥିବା କର୍ମଚାରୀଙ୍କ ପାଇଁ ନିର୍ଦ୍ଦେଶାବଳୀ

କର୍ମଚାରୀମାନେ ଘରେ ରହି ଅଫିସ କାମ କରିବାକୁ ପରାମର୍ଶ ଦିଆଯିବ।
ଯେତେ କମ୍‌ କର୍ମଚାରୀ ଆସିବେ ତାହା ଉପରେ ଗୁରୁତ୍ବ ଦିଆଯିବ।

ସମ୍ବନ୍ଧିତ ଖବର