ଅନୁଗୁଳ: ଆମେରିକାରେ ବାଘ ଦେହରେ କରୋନା ଭୂତାଣୁ ଚିହ୍ନଟ ପରେ ଦେଶର ସବୁ ବ୍ୟାଘ୍ର ପ୍ରକଳ୍ପ ପାଇଁ ହାଇ ଆଲର୍ଟ ଜାରି କରିଛି ଏନଟିସିଏ। ବନ୍ୟପ୍ରାଣୀଙ୍କ ପାଇଁ କଣ ସବୁ ପଦକ୍ଷେପ ନିଆଯିବ ତାର ଏକ ସ୍ୱତନ୍ତ୍ର ଏସଓପି ଜାରି କରିଛି। ତତ୍ ମୁତାବକ, ଆଜି ଅନୁଗୁଳ ଆର ସିସିଏଫ ପ୍ରଦୀପରାଜ କରାଟେ ଜଙ୍ଗଲ କର୍ମଚାରୀଙ୍କୁ ନେଇ ଏହାର ସମୀକ୍ଷା କରିଛନ୍ତି।
ସେ କହିଛନ୍ତି, କୌଣସି ମତେ ବନ୍ୟଜନ୍ତୁ କରୋନା ସଂସ୍ପର୍ଶରେ ଯେମିତି ନ ଆସିବେ ସେଥିପାଇଁ ବ୍ୟବସ୍ଥା କରାଯାଉଛି। ବନ୍ୟଜନ୍ତୁଙ୍କୁ ସଂକ୍ରମିତ ହେବାର ଏକ ମାତ୍ର ମାଧ୍ୟମ ହେଉଛି ମଣିଷ। ତେଣୁ ଜଙ୍ଗଲରେ ମଣିଷ ବିଚରଣ ଉପରେ ଆହୁରି କଟକଣା ଲଗ ଯିବାକୁ ଯୋଜନା ହେଉଛି। ଜନ୍ତୁ ଏବଂ ମଣିଷ ମଧ୍ୟରେ ପ୍ରମୁଖ ମାଧ୍ୟମ ହେଉଛି ଗାଁ ପାଖ ଜଳାଶୟ। ଯାହାର ଜଳକୁ ମଣିଷ ବ୍ୟବହାର କରେ ଏବଂ ଜନ୍ତୁ ବି ଗାଧାନ୍ତି ଏବଂ ପିଅନ୍ତି। ତେଣୁ ଏହି ମାଧ୍ୟମକୁ ବିଶୋଧନ କରିବାକୁ ନିର୍ଦେଶ ଦିଆଯାଇଛି ବୋଲି ଶ୍ରୀ କରାଟେ କହିଛନ୍ତି। ଅଥବା ପୋଖରୀ ପାଣିକୁ ଲୋକେ ସିଧାସଳଖ ବ୍ୟବହାର ନ କରି ଉଠା ଜଳ ନେଇ ଯେମିତି ବ୍ୟବହାର କରିବେ ତା ଉପରେ ସଚେତନ କରିବାକୁ କୁହାଯାଇଛି ବୋଲି ଶ୍ରୀ କରାଟେ କହିଛନ୍ତି।
ସାତକୋଶିଆ ଡାକ୍ତର କିଶୋର ସାହୁ କହିଛନ୍ତି, ଜଳାଶୟ ବିଶୋଧନ ପାଇଁ ଆମେ ପୋଟାସିୟମ ପାରାମଙ୍ଗ ନେଟ ପକାଇବାକୁ ଯୋଜନା ହୋଇଛି। ଆମ ଜଙ୍ଗଲରେ ସମୁଦାୟ ଦୁଇଟି ମହାବଳ ବାଘ ଅଛି। ଗୋଟିଏ ଏନକ୍ଲୋଜର ଭିତରେ ଥିବାବେଳେ ଅନ୍ୟଟି ଜଙ୍ଗଲରେ ଅଛି। ଉଭୟଙ୍କୁ ଆମେ ନଜରରେ ରଖିବୁ। ବିନା ସାନିଟାଇଜେସନରେ ଏନକ୍ଲୋଜର ପାଖକୁ ଯିବାକୁ ମନା କରାଯାଇଛି। ସେହିପରି ଖାଦ୍ୟ ଦେଲାବେଳେ ମଧ୍ୟ ବିଭିନ୍ନ କଟକଣା ବ୍ୟବସ୍ଥା ହୋଇଛି। ସେହିପରି ଜଙ୍ଗଲରେ ବୁଲୁଥିବା ଜନ୍ତୁଙ୍କ ପାଇଁ ଏନଟିସିଏ କ୍ୟାମେରା ଜରିଆରେ ମାନିଟରିଂ କରିବାକୁ ଗାଇଡ ଲାଇନ ଜାରି କରିଛି। ଏହା ଯେହେତୁ ଏକ ଶ୍ୱାସ ଜନିତ ରୋଗ, ତେଣୁ କ୍ୟାମେରା ଟ୍ରପରେ ବାଘର ନାକ, ପାଟିକୁ ଦେଖି ଆମେ ଜଙ୍ଗଲରେ ବୁଲୁଥିବା ମହବଳକୁ ମାନିଟରିଂ କରିବୁ ବୋଲି ଡାକ୍ତର ସାହୁ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/a4fc5898-eaa0-4755-b27f-9df9ea5112d6.jpg)