ବ୍ରହ୍ମପୁର/ଗୋପାଳପୁର/ଛତ୍ରପୁର: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ‘ଅମ୍ଫାନ୍’ ଅତି ଭୟଙ୍କର ବାତ୍ୟା ରୂପ ନେଇଛି। ଗଞ୍ଜାମ ଜିଲ୍ଲା ବିପଦମୁକ୍ତ ଥିବା କୁହା ଯାଉଥିଲେ ହେଁ ଏହାର ପ୍ରଭାବରେ ୧୯ ଓ ୨୦ତାରିଖ ପ୍ରବଳ ବର୍ଷା ସମ୍ଭାବନା ରହିଛି। ସମ୍ଭାବ୍ୟ ପରିସ୍ଥିତିକୁ ଆଖି ଆଗରେ ରଖି ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ଆରମ୍ଭ ହୋଇଛି। ମହାମାରୀ କରୋନା ମୁକାବିଲାରେ ସମସ୍ତେ ବ୍ୟସ୍ତ ଥିବା ବେଳେ ଏବେ ଅମ୍ଫାନ୍ ବାତ୍ୟା ଯୋଗୁଁ ଜଟିଳ ପରିସ୍ଥିତି ସୃଷ୍ଟି କରିଛି।
ଗୋପାଳପୁର ଡପ୍ଲାର୍ ରାଡାର୍ କେନ୍ଦ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଅମ୍ଫାନ୍ ବାତ୍ୟା ପାରାଦ୍ବୀପ ଠାରୁ ୭୭୦ କିମି ଦୂରରେ ଅଛି। ଏବେ ଘଣ୍ଟା ପ୍ରତି ୪ କିମି ବେଗରେ ଆସୁଛି। ବାତ୍ୟାର କେନ୍ଦ୍ରସ୍ଥଳୀରେ ପବନର ବେଗ ୨୫୫କିମି ରହିଛି। ଏହାର ପ୍ରଭାବରେ ଗଞ୍ଜାମ ଜିଲ୍ଲରେ ଆଜି ରାତିରୁ ପ୍ରବଳ ବର୍ଷା ଆରମ୍ଭ ହେବ। ୬୫କିମି ବେଗେରେ ପବନ ବହିବ। ଆସନ୍ତା କାଲି ଅଧିକରୁ ଅଧିକ ବର୍ଷା ହେବା ସହିତ ପବନର ବେଗ ଘଣ୍ଟାପ୍ରତି ୭୫କିମି ରହିବ। ଏହାର ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବ। ଗୋପାଳପୁର ବନ୍ଦରରେ ୩ ନମ୍ବର ବିପଦ ସଙ୍କେତ ରହିଛି।
/sambad/media/post_attachments/wp-content/uploads/2020/05/612b0646-1669-4b9b-9968-54c7462569f0-300x225.jpg)
ଜିଲ୍ଳା ପ୍ରଶାସନ ପକ୍ଷରୁ ବିଡିଓ ଓ ତହସିଲଦାର ମାନଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯିବା ସହ ରଙ୍ଗେଇଲୁଣ୍ଡା, ଛତ୍ରପୁର, ଗଞ୍ଜାମ, ଖଲ୍ଲିକୋଟ ଓ ଚିକିଟି ପ୍ରଭୃତି ଉପକୂଳବର୍ତ୍ତୀ ଅଞ୍ଚଳର ଲୋକଙ୍କୁ ସଚେତନ କରିବାକୁ ପରାମର୍ଶ ଦିଆଯାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ସମୁଦ୍ର କୂଳ ଠାରୁ ୩କିମି ମଧ୍ୟରେ କଚ୍ଚା ଘରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତର କରାଯିବ। ଏଥିସହ ତଳି ଅଞ୍ଚଳର ଲୋକଙ୍କ ସୁରକ୍ଷିତ ସ୍ଥାନକୁ ଅଣାଯିବାର ଯୋଜନା ରହିଛି। କିଛି ସଙ୍ଗରୋଧ କେନ୍ଦ୍ରରେ ଖାଦ୍ୟ ପ୍ୟାକେଟ ମହଜୁଦ୍ ରଖାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।
ଜିଲ୍ଲାରେ ସମୁଦାୟ ୧୦୪ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ରହିଛି। ସେଥିମଧ୍ୟରୁ ୨୭ଟିକୁ କରୋନା ପାଇଁ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପରିଣତ କରାଯାଇଛି। ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର ଭାବେ ଚିହ୍ନଟ ହୋଇଥିବା ଆଶ୍ରୟସ୍ଥଳୀ ଗୁଡିକରେ ଥଇଥାନ କରାଯାଇଛି। ସେହିପରି ୨ଟି ଓଡ୍ରାଫ୍ ଟିମ୍ ଛତ୍ରପୁର ଠାରେ ପହଞ୍ଚିଥିବା ସୂଚନା ମିଳିଛି। ଜିଲ୍ଲା ଜରୁରୀକାଳୀନ ବିଭାଗ ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ ଖୋଲାଯାଇଛି। ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ଏହା କାର୍ଯ୍ୟକ୍ଷମ ହେବ। ନିୟନ୍ତ୍ରଣ କକ୍ଷର ଫୋନ ନମ୍ବର ୦୬୮୧୧-୨୬୩୯୭୮ ରହିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।
/sambad/media/post_attachments/wp-content/uploads/2020/05/b4e9ee1f-56bb-4e72-b95d-ed932be6fe8e-300x225.jpg)
ନ୍ୟପକ୍ଷରେ ଜିଲ୍ଲା ଜଳସେଚନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଋଷିକୁଲ୍ୟ, ବଂଶଧାରା ନାଗାବଳି ଅବବାହିକା ବ୍ରହ୍ମପୁର ଅଧୀନରେ ୧୨ଟି ଜଳଭଣ୍ଡାର ରହିଛି। ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବାରୁ ଉକ୍ତ ୧୨ଟି ଜଳଭଣ୍ଡାର ଯଥା ଭଞ୍ଜନଗର, ସୋରଡ଼ା, ଡହ, ଘୋଡାହାଡ଼, ଧନେଇ, ବାଘୁଆ, ବାଘଲଟି, ହରଭଙ୍ଗୀ, ବର୍ଣ୍ଣାଳ, କୁଆଁରିଆ, ବୁଢାବୁଢିଆଣି ଓ ଶାଳିଆ ଜଳଭଣ୍ଡାରରୁ ଜଳ ନିଷ୍କାସନ କରି ଜଳଧାରଣ କ୍ଷମତାକୁ ୬୦ ପ୍ରତିଶତ କରାଯାଇଛି।
/sambad/media/post_attachments/wp-content/uploads/2020/05/64e5592e-6c81-4943-a241-6041e8609570-300x225.jpg)
ଅନ୍ୟପକ୍ଷରେ ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ଅର୍ନ୍ତଗତ ରାମେୟାପଟଣା ଗାଁରେ ବାରମ୍ବାର ସମୁଦ୍ର କୂଳ ଖାଉଛି। ଗତ ବର୍ଷ ଏହି ଗାଁ ପ୍ରାୟ ୩୫ ଘର ସମୁଦ୍ରରେ ଲୀନ ହୋଇଥିଲା। ବର୍ତ୍ତମାନ ଅମ୍ଫାନ ବାତ୍ୟାକୁ ନେଇ ଉକ୍ତ ମତ୍ସଜୀବୀ ଗ୍ରାମରେ ଭୟର ବାତାବରଣ ସୃଷ୍ଟି ହୋଇଛି। ସମୁଦ୍ର ଧୀରେ ଧୀରେ ଅଶାନ୍ତ ହେବାରେ ଲାଗିଛି। ଋଷିକୁଲ୍ୟା, ବଂଶାଧାରା, ନାଗାବଳି ଅବବାହିକାର ମୁଖ୍ୟଯନ୍ତ୍ରୀ ଯଶୋବନ୍ତ ପରୀକ୍ଷା ଓ ଅଧୀକ୍ଷଣ ଯନ୍ତ୍ରୀ ଲଡ଼ୁ କିଶୋର ସାବତ ରାମେୟାପାଟଣା ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଗତ ବର୍ଷ ୨୩୦ମିମି ପ୍ରବଳ ବର୍ଷା ଫଳରେ ହିଞ୍ଜଳି ଅଞ୍ଚଳ ଜଳାର୍ଣ୍ଣବ ହୋଇଥିଲା। କିଛି ଗାଁରେ ପାଣି ପଶିଥିଲା। ଜୟମଙ୍ଗଳ ନାଳର ବିଭିନ୍ନ ସ୍ଥାନରେ ଅବରୋଧ ଯୋଗୁ ଏଭଳି ପରିସ୍ଥିତି ଉପୁଜିଥିଲା। ଆଗକୁ ପ୍ରବଳ ବର୍ଷା ହେବାର ସମ୍ଭବାନ ରହିଥିବାରୁ ଓ ହିଞ୍ଜଳି ଅଞ୍ଚଳ ବନ୍ୟା ପରିସ୍ଥିତି ଉପୁଜିବାର ଆଶଙ୍କା ରହିଥିବାରୁ ଜଳସେଚନ ବିଭାଗ ଜୟମଙ୍ଗଳ ନାଳର ବିଭିନ୍ନ ସ୍ଥାନରେ ଅବରୋଧକୁ ହଟାଯାଇଥିବା ଜଳସେଚନ ବିଭାଗ ପକ୍ଷରୁ ସୂଚନା ମିଳିଛି
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/05/4f5c4047-2838-4524-ac72-da1379b5ac15.jpg)