୪ର୍ଥ ପର୍ଯ୍ୟାୟରେ ୧୩ ଜିଲ୍ଲାରେ ବୁଲିବ କରୋନା ସଚେତନତା ରଥ

ପୁଣି ଆରମ୍ଭ ହେବ ଷ୍ଟେଜ୍‌ ଅନ୍‌ ହ୍ବିଲ୍‌, କଳାକାର ହେବେ ଉପକୃତ

ଭୁବନେଶ୍ବର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଗାଁକୁ ଗାଁ ବୁଲୁଛି କୋଭିଡ୍‌ ସଚେତନତା ରଥ। ଏହି ରଥ ମାଧ୍ୟମରେ ଜନ ସାଧାରଣଙ୍କୁ କରୋନା ନେଇ ସଚେତନ କରାଯାଉଛି। ଏବେ ୪ର୍ଥ ପର୍ଯ୍ୟାୟରେ ଅନୁଗୁଳ, ବଲାଙ୍ଗୀର, ବରଗଡ଼, ବୌଦ୍ଧ, ଭଦ୍ରକ, ଦେବଗଡ଼, ଝାରସୁଗୁଡ଼ା, କନ୍ଧମାଳ, ନୟାଗଡ଼, ପୁରୀ, ସମ୍ବଲପୁର, ସୁବର୍ଣ୍ଣପୁର ଓ ନବରଙ୍ଗପୁର ଆଦି ୧୩ ଜିଲ୍ଲାରେ କରୋନା ସଚେତନତା ରଥ ଗଢ଼ିବ। ୪ର୍ଥ ପର୍ଯ୍ୟାୟରେ ଷ୍ଟେଜ୍ ଅନ୍ ହ୍ୱିଲକୁ ପୁନରାବୃତ୍ତି କରାଯିବ। ଫଳରେ ଲୋକ କଳାକାରଙ୍କୁ ମଧ୍ୟ ଆର୍ଥିକ ସହାୟତା ମିଳିପାରିବ। ଏହାସହିତ ଜନସାଧାରଣଙ୍କ ଅନୁରୋଧ କ୍ରମେ ସ୍ଥାନୀୟ ଭାଷା ଯଥା ସମ୍ବଲପୁରୀ ଓ ଦେଶିଆ ଭାଷା ଇତ୍ୟାଦିରେ ସଚେତନତା ଗୀତ ପ୍ରସ୍ତୁତି ଚାଲିଛି।

ସୂଚନାଯୋଗ୍ୟ, ଏବେ ସୁଦ୍ଧା ୧୨ ଜିଲ୍ଲାର ମହାନଗର, ବ୍ଲକ୍‌ରେ ବୁଲି ଲୋକଙ୍କୁ ସଚେତନ କରାଇଲାଣି ଏହି ରଥ। ସଂସ୍କୃତି ବିଭାଗ, ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ୟୁନିସେଫ୍‌ର ଆର୍ଥିକ ସହାୟତାରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସଂସ୍କୃତି ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ ଓ ରାଜ୍ୟ ପ୍ରକଳ୍ପ ସଂଯୋଜକ ବାସୁଦେବ ମାଲବିଶୋଇଙ୍କର ଲିଖିତ ୫ଟି ସଚେତନ ଗୀତ ଓ ୩ଟି କ୍ଷୁଦ୍ର ସିନେମାର ବ୍ୟବହାର କରାଯାଇଥିଲା। ଗତ ଡିସେମ୍ବରରୁ ଏହି ଅଭିଯାନ ଆରମ୍ଭ ହୋଇଥିବା ନିର୍ଦ୍ଦେଶକ ଶ୍ରୀ ଦାସ କହିଛନ୍ତି।

ସମ୍ବନ୍ଧିତ ଖବର