ଖଡିଆଳରେ କରୋନା ଭୁତାଣୁ ଉପରେ ସଚେତନା ଅଭିଯାନ

ସରକାରଙ୍କ ନିସ୍ପତିକୁ ଜନସାଧାରଣରେ ସ୍ୱାଗତ କରାଯାଇଛି

ଖଡିଆଳ : ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ଅନ୍ତର୍ଗତ ଗୋଇମୁଣ୍ଡି ଚଳାନପଡା ଅଗ୍ରଗାମି ସାଂସ୍କୃତି ଅନୁଷ୍ଠାନ ପକ୍ଷରୁ କରୋନା ଭୂତାଣୁ ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗୋଇମୁଣ୍ଡି, ଚାଲାନପଡା ଓ କାସିପଲାର ଗ୍ରାମବାସୀ ଓ ଅନୁଷ୍ଠାନର କର୍ମକର୍ତ୍ତାମାନେ ଗାଁ ଚାରିପଟେ ଏକ ର‍୍ୟାଲି ଦ୍ୱାରା ବିଭିନ୍ନ ସଚେତନତା ସ୍ଲୋଗାନ ଦେଇ ଗ୍ରାମବାସୀମାନଙ୍କୁ କିପରି ସଚେତନ ରହିବେ ଓ କରୋନା ଭୂତାଣୁର କିପରି ମୁକାବିଲା କରିବେ ତାହାରି ଉପରେ ଗାଁ ଚାରିପଟେ ବୁଲି ବୁଲି ର‍୍ୟାଲି ମାଧ୍ୟମରେ ସଚେତନା କରାଇଥିଲେ । ଏଥିରେ ଅଗ୍ରଗାମି ସାଂସ୍କୃତିକ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ ।

ସରକାରଙ୍କ ନିଷ୍ପତିକୁ ଜନସାଧାରଣରେ ସ୍ୱାଗତ କରାଯାଇଛି
ଖଡିଆଳ : ନୂଆପଡା ଜିଲ୍ଲା ଖଡିଆଳ ସମେତ ସବୁ ବ୍ଲକ ସହରାଞ୍ଚଳ ଏବଂ ଗ୍ରାମଞ୍ଚଳରେ କରୋନା ଭୂତାଣୁ ସଂକ୍ରମଣ ରୋକିବା ନେଇ ସରକାରଙ୍କ ନିଷ୍ପତିକୁ ଜନସାଧାରଣରେ ସ୍ୱାଗତ କରାଯାଇଛି । ରାଜ୍ୟ ସରକାର ପକ୍ଷରୁ ଦେଇଥିବା ସମସ୍ତ ଦୋକାନ ବଜାର ବନ୍ଦ କରିବା, ଜନଗହଲି ନକରିବା , ଗୋଟିଏ ସ୍ଥାନରେ ୭ ରୁ ଅଧିକ ବ୍ୟକ୍ତି ସମାଗମ ନହେବା ଆଦି ନିଷ୍ପତିକୁ ସହୃଦୟତାର ସହ ପାଳନ କରୁଛନ୍ତି । ଆଜି ଜିଲ୍ଲା ପ୍ରଶାସନ, ପୁଲିସ ପ୍ରସାଶନ ଏବଂ ବ୍ଲକର ପଞ୍ଚାୟତ ସହରାଞ୍ଚଳରେ ବିଜ୍ଞାପିତ ଅଞ୍ଚଳ ପରିଷଦ ପ୍ରଶାସନ ବିହିତ ପଦକ୍ଷେପ ନେବା ଦେଖାଯାଇଛି । ଆଜି ଶନିବାର ଦିନ ପୁଲିସ ଏବଂ ଏନଏସି ଅଧିକାରୀମାନେ ବୁଲିବୁଲି ଦୋକାନ ବନ୍ଦ କରିବାକୁ ଅନୁରୋଧ କରିଥିଲେ । ଏହି ବନ୍ଦ ଫଳରେ ଖଡିଆଳ ସହରର ରାସ୍ତାଘାଟ ଜନଶୁନ୍ୟ ହୋଇପଡିଛି । ଆଜି ସନ୍ଧ୍ୟାରୁ ଯାନବାହାନ ଚଳାଚଳ ବନ୍ଦ ପାଇଁ ନିଷ୍ପତି ହୋଇଛି । ମାର୍ଚ୍ଚ ୨୨ ତରିଖ ଦିନ ଭାରତର ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ପାଳନ କରିବାକୁ ଜନତା ଉତ୍ସାହିତ ଥିବା ଦେଖିବାକୁ ମିଳିଛି । ଏହି କୋରନା ଭୂତାଣୁ ଠାରୁ ରକ୍ଷା ପାଇବା ସହ ସଂକ୍ରମଣ ବଢୁଥିବା ବେଳେ ପରସ୍ପରରୁ ଦୂରେଇ ରହିବା ପାଇଁ ଚେଷ୍ଟା କଲେ ଏହି ଭୂତାଣୁରୁ ରକ୍ଷା ପାଇହେବ।

ସମ୍ବନ୍ଧିତ ଖବର