ଖୋର୍ଦ୍ଧା/ସିକୋ : କୋଭିଡ୧୯ ମହାମାରୀକୁ ନେଇ ଏବେ ଖୋର୍ଦ୍ଧା ଜିଲ୍ଲାରେ ଗାଁଗହଳିରେ ସଚେତନ ହେବା ଆରମ୍ଭ ହୋଇଛି। ଅନେକ ଗାଁରେ ବାହାର ବ୍ୟକ୍ତିଙ୍କୁ ଗାଁ ଭିତରକୁ ପ୍ରବେଶ ଉପରେ କଟକଣା ଲଗାଇବା ସହ ଗାଁର ପ୍ରବେଶ ପଥକୁ ବନ୍ଦ କରିଛନ୍ତି।

Advertisment

publive-image

ବେଗୁନିଆ ବ୍ଲକ ହିରାପୁର ଓ ହଜ ଗାଁରେ ଗାଁ ଲୋକ ଗାଁର ପ୍ରବେଶ ଓ ନିର୍ଗମନ ପଥରେ ବାଉଁଶ ବାନ୍ଧି ବେରିକେଡ୍ କରିଛନ୍ତି। ଗାଁ ଭିତରକୁ କୌଣସି ଅଜଣା ଲୋକ କିମ୍ବା ରାଜ୍ୟ ବହାରୁ ଆସିଥିବା ବ୍ୟକ୍ତିଙ୍କୁ ପ୍ରବେଶ କରାଇଦେବୁ ନାହିଁ ବୋଲି ପୋଷ୍ଟର ମଧ୍ୟ ଲଗାଇଛନ୍ତି।

ସୂଚନାନୁସାରେ, ନିକଟରେ ହିରାପୁର ଗାଁରେ ଜଣେ ଘର ମାଲିକ ଦୁବାଇରୁ ଫେରିଥିବା ନିଜର ଜ୍ୱାଇଁଙ୍କୁ ନିଜ ଘରେ ଲୁଚାଇ ରଖିଥିଲେ। ଏହି କଥା ଜଣାପଡ଼ିବା ପରେ ଗାଁରେ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା। ପରୀକ୍ଷା ପରେ ଯାଇ ଗାଁକୁ ଆଣିବାକୁ ଗାଁ ଲୋକ ଜିଦ୍ ଧରିଥିଲେ। ଏହି ଘଟଣା ପରେ ହରିପୁର ଓ ହଜ ଗାଁରେ ବେରିକେଡ୍ କରାଯାଇଥିବା ଜଣାଯାଇଛି।