ପାଳଲହଡ଼ା : କରୋନା ସଚେତନତା ବାର୍ତ୍ତା ବାଣ୍ଟୁଛନ୍ତି ମହିଳା

ଦୈନିକ ସକାଳୁ ସାଇକଲ୍‌ରେ ଘଣ୍ଟାଏ

ପାଳଲହଡ଼ା : କରୋନା ଭୂତାଣୁର ଭୟାବହତା ଓ ଏଥିରୁ ରକ୍ଷା ପାଇବାର ଉପାୟ ସଂପର୍କରେ ଗାଁକୁ ଗାଁ ବୁଲି ଜନସାଧାରଣଙ୍କୁ ସଚେତନ କରୁଛନ୍ତି ନିପଟ ମଫସଲ ଅଞ୍ଚଳର ଜଣେ ମହିଳା ଚା‌‌‌‌‌‌‌‌ଷୀ। ଏଥିପାଇଁ ସେ କାହାଠାରୁ କିଛି ପ୍ରୋତ୍ସାହନ ଚାହିନାହାନ୍ତି। ବ୍ୟକ୍ତିଗତ ଆଗ୍ରହରୁ ସେ ଏହିଭଳି ସଚେତନତା ସୃଷ୍ଟି ପାଇଁ ଆଗେଇ ଆସିଛନ୍ତି।

ଏହି ମହିଳା ହେଉଛନ୍ତି ପାଳଲହଡ଼ା ବ୍ଲକ୍‌ ସଇଡା ପଞ୍ଚାୟତ ଡାଲୋ ଗାଁର ସତ୍ୟବତୀ ମହାନ୍ତ। ସତ୍ୟବତୀ ବିବାହ କରିନାହାନ୍ତି। ଚାଷକରି ସେ ଗୁଜୁରାଣ ମେଣ୍ଟାଉଛନ୍ତି। କରୋନା ସଂକ୍ରମଣ ରୋକିବା ପାଇଁ ଦେଶ ଲକ୍‌ଡାଉନ୍‌ ଘୋଷଣା ପରେ ଏହାର ଗୁରୁତ୍ବ ସଂପର୍କରେ ଜନସାଧାରଣଙ୍କୁ ବୁଝାଇବା ପାଇଁ ସେ ପଦକ୍ଷେପ ନେଇଛନ୍ତି। ପ୍ରତିଦିନ ସେ ନିଜ ସାଇକଲ୍‌ରେ ଏକ ପୋଷ୍ଟର ଲଗାଇ ସକାଳ ୭ଟାରୁ ୮ଟା ପର୍ଯ୍ୟନ୍ତ ଆଖପାଖ ଗାଁରେ ବୁଲି ଜନସାଧାରଣଙ୍କୁ ସଚେତନ କରୁଛନ୍ତି। ‘ଘରେ ରହିବା, ସୁରକ୍ଷିତ ରହିବା, ନିଜେ ସୁରକ୍ଷିତ ରହିବା’ ସହ ପରିବାରକୁ ସୁରକ୍ଷିତ ରଖିବା ବୋଲି ଘରକୁ ଘର ବୁଲି ଲୋକମାନଙ୍କୁ ବୁଝାଉଛନ୍ତି। ମାନବ ସେବା ହିଁ ମାଧବ ସେବା ବୋଲି ସେ ବିଚାର କରନ୍ତି। ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଏହିଭଳି ସଚେତନତା ସୃଷ୍ଟି କରିବେ ବୋଲି ସତ୍ୟବତୀ କହିଛନ୍ତି।

ସମ୍ବନ୍ଧିତ ଖବର