କରୋନକୁ ପ୍ରତିହତ ପାଇଁ ଜୀବନକୁ ବାଜି : ଗାଁଗାଁରେ ସଚେତନ ବାର୍ତ୍ତା ବାଣ୍ଟୁଛନ୍ତି ଅଙ୍ଗନବାଡି ଓ ଆଶାକର୍ମୀ

ଫୁଲବାଣୀ :ମହାମାରୀ କରୋନାକୁ ପ୍ରତିହତ କରିବା ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାର ସବୁ ପ୍ରକାର ପ୍ରଚେଷ୍ଠା ଜାରି ରଖିଛନ୍ତି। କରୋନାର ଭୟାବହତା ସମସ୍ତଙ୍କୁ ଜଣା ଥିଲେ ବି ଡାକ୍ତର,ନର୍ସ ଓ କର୍ମଚାରୀ ନିଜର କର୍ତ୍ତବ୍ୟ ଓ ଦାୟିତ୍ବ ସଂପାଦନ କରି ଚାଲିଛନ୍ତି। ସବୁଠାରୁ ବଡ କଥା ହେଲା ସ୍ପଳ୍ପ ପାରିଶ୍ରମିକ ପାଇ ସୁଦ୍ଧା କରୋନାକୁ ପ୍ରତିହତ କରିବା ନିମନ୍ତେ କନ୍ଧମାଳରେ ଅଙ୍ଗନବାଡି ଓ ଆଶାକର୍ମୀମାନେ ଭୋକ ଶୋଷ ଭୁଲି ସଚେତନ ବାର୍ତ୍ତା ବାଣ୍ଟିବାରେ ଲାଗି ପଡିଛନ୍ତି। ସକାଳୁ ଘର ବାହାରୁଛନ୍ତି। ଅପରାହ୍ନରେ ୫ଟାରେ ଘରକୁ ଫେରୁଛନ୍ତି। ଗାଁ ଓ ସାହି ବୁଲି କେଉଁଠି ଘଣ୍ଟା ବାଡେଇ ତ ଆଉ କେଉଁଠି ପ୍ରଚାର ପତ୍ର ଦେଇ ଲୋକଙ୍କୁ ସଚେତନ କରୁଛନ୍ତି। କରୋନା ମହାମାରୀର ଭୟାବହତା,ଏଥିରୁ ରକ୍ଷା ନିମନ୍ତେ ବିଭିନ୍ନ ସଚେତନ କାର୍ଯ୍ୟ ଲୋକଙ୍କୁ ଅବଗତ କରାଉଛନ୍ତି। ଜିଲ୍ଲାର ୨ହଜାର ୧୨୦ ଜଣ ଅଙ୍ଗନବାଡି କର୍ମୀ,୧ହଜାର ୫୨୧ ଜଣ ଆଶାକର୍ମୀ କରୋନା ସଚେତନତା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। କରୋନା ପାଇଁ ସବୁ କିଛି ଭୁଲି ଯିବାକୁ ପଡୁଛି। କନ୍ଧମାଳରେ ଜିଲ୍ଲାରେ ଯେଭଳି କେହି ଜଣେ ଏହି ରୋଗର ଶିକାର ନ ହେବେ ସେଥି ନିମନ୍ତେ ଗାଁଗାଁ ବୁଲି ଲୋକଙ୍କୁ ସଚେତନ କରାଯାଉଛି ବୋଲି କହନ୍ତି ଅଙ୍ଗନବାଡି କର୍ମୀ ଦୁଲଣା ମଲ୍ଲିକ ଓ ଆଶା କର୍ମୀ ମମତା କହଁର। ଏମାନଙ୍କ କାର୍ଯ୍ୟକୁ ସବୁ ମହଲରେ ପ୍ରଶଂସା କରାଯାଇଛି। ଅଙ୍ଗନବାଡି ଓ ଆଶାକର୍ମୀ ବାଦ୍ ୧୭୨ ଜଣ ଏଏନଏମ ମଧ୍ୟ ଜିଲ୍ଲାର ବିଭିନ୍ନ ଗାଁଗାଁରେ ବୁଲି ଲୋକଙ୍କୁ ସଚେତନ କରୁଛନ୍ତି।

ସମ୍ବନ୍ଧିତ ଖବର