ଇସ୍ରାଏଲରେ କରୋନାର ବିଏ ୧ ଓ ବିଏ ୨ଭାରିଏଣ୍ଟ ଚିହ୍ନଟ, ଭାରତରେ ନାହିଁ ଏହାର ବିଶେଷ ପ୍ରଭାବ: ଡ ନିରଜ ମିଶ୍ର

ଭୁବନେଶ୍ବର: କରୋନା ଭାଇରସ୍‌ର ନୂଆ ଭାରିଆଣ୍ଟ ଇସ୍ରାଏଲରେ ଚିହ୍ନଟ ହୋଇଛି। ନୂଆ ଭାରିଆଣ୍ଟ ବିଏ ୧ ଓ ବିଏ ୨ ଭାରିଏଣ୍ଟ ଚିହ୍ନଟ ହୋଇଛି। ଭାରତରେ ଏହାର ବିଶେଷ ପ୍ରଭାବ ନାହିଁ ବୋଲି ରାଜ୍ୟ ସରକାରଙ୍କର ସ୍ୱାସ୍ଥ୍ୟ ବିଶେଷଜ୍ଞ ଡ ନିରଜ ମିଶ୍ର କହିଛନ୍ତି। ସେ କହିଛନ୍ତି ଯେ, ଭାରତ ପାଇଁ ବିଏ ୨ ଭାରିଏଣ୍ଟ ସମସ୍ୟା କରିବ ନାହିଁ। ଏହି ଭାରିଏଣ୍ଟ ସହ ଭାରତର ଲୋକେ ଏକ୍ସପୋଜ ହୋଇସାରିଛନ୍ତି। ଆଗାମୀ ଜୁଲାଇ ମାସ ବେଳକୁ ସ୍ଥିତି ଭଲ ହୋଇସାରିଥିବ।  ଏପର୍ଯ୍ୟନ୍ତ ମହାମାରୀ ପରିସ୍ଥିିତି ଶେଷ ହୋଇ ନଥିବାରୁ ଆସନ୍ତା କିଛି ମାସ କୋଭିଡ ନିୟମ ପାଳନ କରିବାକୁ ପଡିବ ବୋଲି ଶ୍ରୀ ମିଶ୍ର କହିଛନ୍ତି।

ସୂଚନାଯୋଗ୍ୟ ଆଜି ରାଜ୍ୟରେ ୧୦୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୬୪ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ ୪୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୨୨ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ଥିବା ଜଣାଯାଇଛି। ଆଜି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୩୨ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି। ସୂଚନାଯୋଗ୍ୟ, ଗତକାଲି ୮୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ।

ସମ୍ବନ୍ଧିତ ଖବର