କ୍ୟାପିଟାଲ ହସ୍ପିଟାଲର ୩ କରୋନା ନମୁନା ନେଗେଟିଭ୍, ଜଣଙ୍କୁ ସ୍ବାଇନ୍‌-ଫ୍ଲୁ

ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲରେ କରୋନା ସନ୍ଦେହରେ ଭର୍ତି ହୋଇଥିବା ୩ ଜଣ ବ୍ୟକ୍ତିଙ୍କ ନମୁନା ନେଗେଟିଭ୍ ରହିଛି। ଗତକାଲି ସେମାନଙ୍କୁ ହସ୍ପିଟାଲ‌ରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଜଣେ ସ୍ୱାଇନ୍‌-ଫ୍ଲୁରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଅପରପକ୍ଷରେ କଟକ ବଡ଼ ମେଡିକାଲ ଓ ବ୍ରହ୍ମପୁର ଏମ୍‌କେସିଜିରୁ ସଂଗୃହୀତ ଅନ୍ୟ ୩ ନମୁନା ମଧ୍ୟ ନେଗେଟିଭ୍‌ ରହିଛି।

ସମ୍ବନ୍ଧିତ ଖବର