୬୦ବର୍ଷରୁ ଅଧିକ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୨

ଯାଜପୁରରେ ସର୍ବାଧିକ ସକ୍ରିୟ କରୋନା ଆକ୍ରାନ୍ତ, ୧୭ ଜିଲ୍ଲାରେ ପହଞ୍ଚିଲା କରୋନା

ଭୁବନେଶ୍ବର : ରାଜ୍ୟର ୧୭ଟି ଜିଲ୍ଲାରେ ପହଞ୍ଚିଛି କରୋନା। ସଦ୍ୟ ସଂକ୍ରମିତ ଜିଲ୍ଲା ହେଉଛି ଜଗତସିଂହପୁର। ଆଜି ଜଗତସିଂହପୁରରେ ୪ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ତେବେ ରାଜ୍ୟରେ ଦିନକୁ ଦିନ ୬୦ବର୍ଷରୁ ଅଧିକ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ରାଜ୍ୟରେ ଏବେ ୨୨ଜଣ ୬୦ବର୍ଷରୁ ଅଧିକ କରୋନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି। ଯାହାକି ସମୁଦାୟ ସଂକ୍ରମିତ ସଂଖ୍ୟାର ୧୧.୯ ପ୍ରତିଶତ। ତେବେ ୧୫-୪୦ବର୍ଷର ସଂକ୍ରମିତଙ୍କ ସଂଖ୍ୟା ରାଜ୍ୟରେ ସର୍ବାଧିକ ରହିଛି।

ରାଜ୍ୟରେ ଏ ପର୍ଯ୍ୟନ୍ତ ୧୮୫ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ତହିଁରେ ୫୦ଜଣ ମହିଳା ଓ ୧୩୫ଜଣ ପୁରୁଷ ରହିଛନ୍ତି। ପୁରୁଷ ୭୩ ପ୍ରତିଶତ ହୋଇଥିବା ବେଳେ ମହିଳା ହେଉଛନ୍ତି ୨୭ ପ୍ରତିଶତ। ୪୧-୬୦ବର୍ଷର ବ୍ୟକ୍ତି ୫୯ଜଣ ଚିହ୍ନଟ ହୋଇଥିବା ବେଳେ ସେମାନେ ହେଉଛନ୍ତି ୩୧.୯ ପ୍ରତିଶତ। ୦-୧୪ବର୍ଷର ୧୩ଜଣ ଚିହ୍ନଟ ହୋଇଥିବା ବେଳେ ସେମାନେ ହେଉଛନ୍ତି ୭ ପ୍ରତିଶତ।

ସମ୍ବନ୍ଧିତ ଖବର