ହସ୍ପିଟାଲ ପୃଥକବାସରେ ୭୬ କରୋନା ସନ୍ଦିଗ୍ଧ; ରାଜ୍ୟରେ ଏ ପର୍ଯ୍ୟନ୍ତ ୩୭୦ ନମୁନା ପରୀକ୍ଷା, ୩ ପଜିଟିଭ୍‌

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ସ୍ଥିର ରହିଛି। ଏହି ସଂଖ୍ୟାରେ ଆଉ ବୃଦ୍ଧି ଘଟିନାହିଁ। ପୂର୍ବରୁ ରାଜ୍ୟରେ ୩ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ପ୍ରଥମ ଦୁଇ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ୫୫ଜଣ ବ୍ୟକ୍ତିଙ୍କ ସହ ସରକାର ଯୋଗାଯୋଗରେ ଅଛନ୍ତି। ତୃତୀୟ ପଜିଟିଭଙ୍କ ସଂସ୍ପର୍ଶରେ ଆସିଥିବା ୧୧୨ଜଣଙ୍କୁ ଆଜି ପର୍ଯ୍ୟନ୍ତ ଚିହ୍ନଟ କରାଯାଇଛି ଓ ‌ସେମାନଙ୍କ ସହ ଯୋଗାଯୋଗ ଜାରି ରହିଛି। ୭୬ଜଣ କରୋନା ସନ୍ଦିଗ୍ଧ ବିଭିନ୍ନ ହସ୍ପିଟାଲରେ ପୃଥକବାସରେ ରହିଛନ୍ତି। ଅପରପକ୍ଷରେ ରାଜ୍ୟରେ ଏ ପର୍ଯ୍ୟନ୍ତ ୩୭୦ କୋଭିଡ-୧୯ ନମୁନା ପରୀକ୍ଷା ପାଇଁ ପଠାଯାଇଛି। ଏହାସହ ୧୦୪ ସହାୟତା ନମ୍ବର ଓ ପୋର୍ଟାଲାରେ ୧୦୨୧୭ଜଣ ପଂଜୀକରଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ୪୨୯୧ ଜଣ ବିଦେଶରୁ ଓ ୫୯୨୬ଜଣ ଅନ୍ୟ ରାଜ୍ୟରୁ ଓଡ଼ିଶାକୁ ଫେରିଛନ୍ତି।

ସମ୍ବନ୍ଧିତ ଖବର