ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିନି

ଭୁବନେଶ୍ବର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ କୌଣସି ବୃଦ୍ଧି ଘଟିନାହିଁ। କରୋନା ପାଇଁ ରାଜ୍ୟ ସରକାର ନିଯୁକ୍ତି ଦେଇଥିବା ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀଙ୍କ ସୂଚନା ଅନୁସାରେ, ରାଜ୍ୟରେ ଚିହ୍ନଟ ହୋଇଥିବା କରୋନା ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ କରୋନାରେ ୧୮୮ଟି ଦେଶ ସଂକ୍ରମିତ ହୋଇଛନ୍ତି ଓ ୩ଲକ୍ଷ ୮ହାଜର ୫୬୪ ଜଣ ଆକ୍ରାନ୍ତ ହେଲେଣି।

୫ଟି ବହୁ ସଂକ୍ରମିତ ଦେଶ ମଧ୍ୟରେ ରହିଛନ୍ତି ଚୀନ, ଇଟାଲୀ, ଯୁକ୍ତରାଷ୍ଟ୍ର ଆମେରିକା, ସ୍ପେନ୍ ଏବଂ ଜର୍ମାନୀ। ବର୍ତ୍ତମାନ ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୩୩୨ରେ ପହିଁଛି ଓଡ଼ିଶାର ୨ଜଣ କରୋନା ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ରାଜ୍ୟରେ ଏଯାବତ୍ ୩ହଜାର ୪୭୪ ଜଣ ନିଜକୁ ପଞ୍ଜୀକରଣ କରିଛନ୍ତି ଓ ୭୬ ଜଣ ସନ୍ଦିଗ୍ଧ ନଜରରେ ରହିଛନ୍ତି। ୭୬ଟି ନମୁନା ମଧ୍ୟରୁ ୨ ପଜିଟିଭ୍ ରହିଥିବାବେଳେ ଅନ୍ୟ ସବୁ ନେଗେଟିଭ୍ ରହିଛି ।

ସମ୍ବନ୍ଧିତ ଖବର