ବରଗଡ଼ ଜିଲ୍ଲାରେ କରୋନା ସ୍ଥିତି ଉଦ୍‌ବେଗଜନକ: ଆଉ କେବେ ଖୋଲିବ ହସ୍ପିଟାଲ?

ବରଗଡ଼ : ଜିଲ୍ଲାରେ କରୋନା ସ୍ଥିତି ଉଦ୍‌ବେଗଜନକ ସ୍ଥିତିରେ ପହଂଚିଛି। ପୁଣି କରୋନା ଦୈନିକ ଶତକ ଛୁଇଁଛି। ଜିଲ୍ଲାରେ ବୁଧବାର ୧୩୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରୁ ଅତାବିରା ବ୍ଲକ୍‌ ଅତାବିରାରେ ୭ଜଣ, ଲାଦେରପାଲିରେ ୨ଜଣ, ବଡ଼ମାଲ, କୁମେଲସିଂହା ଓ ଲରମ୍ଭାରେ ଜଣେ ଲେଖାଏଁ, ବରଗଡ଼ ବ୍ଲକ୍‌ ବରାହଗୁଡ଼ା, ତୋରାରୁ ୪ଜଣ ଲେଖାଏଁ, ସିମେଣ୍ଟନଗରରୁ ୯ଜଣ, ଆଶା କିରନ ଓ ଡାଂଗରୁ ୩ଜଣ ଲେଖାଏଁ, କଟାପାଲିରୁ ୨ଜଣ, ଅଡ଼ଗାଁ, ଚକରକେନ୍ଦ ଓ ଧାଂଗେରରୁ ଜଣେ ଲେଖାଏଁ ଆକ୍ରାନ୍ତ ରହିଛନ୍ତି।

ବରଗଡ଼ ପୌରାଞ୍ଚଳର ସ୍ଥିତି ସଂଗୀନ ରହିଛି। ଏଠାରେ ୱାର୍ଡ ନମ୍ବର-୩, ୧୮ରୁ ୫ଜଣ ଲେଖାଏଁ, ୧, ୧୨, ୧୩ରୁ ୬ଜଣ ଲେଖାଏଁ, ୪,୫,୯,୧୧,୧୪,୧୭,୧୯ରୁ ୨ଜଣ ଲେଖାଏଁ, ୧୬ରୁ ୧୦ଜଣ, ୭ରୁ ୩ଜଣ, ୱାର୍ଡ ନମ୍ବର-୨,୬ ଓ୧୦ରୁ ଜଣେ ଲେଖାଏଁ, ଅନ୍ୟ ସ୍ଥାନରୁ ୬ଜଣ ଆକ୍ରାନ୍ତ ଠାବ ହୋଇଛନ୍ତି। ବରପାଲି ବ୍ଲକ୍‌ ଝୁଲପାଲି, ବରପାଲି ଓ ବଡ଼ଗାଁ, ଭଟଲି ବ୍ଲକ୍‌ ସିରାପାଲି ଓ ଭଟଲି, ଭେଡ଼େନ ବ୍ଲକ୍‌ ଚିଚିଣ୍ଡା, ବସେଇକେଲା, ମହଲାକଟା ଓ ଭେଡ଼େନ, ବିଜେପୁର ବ୍ଲକ୍‌ ବୁଡ଼ାପାଲି, ପୁଟୁକି ଗ୍ରିଞ୍ଜେଲ, ଗାଇସିଲାଟ୍‌, ଝାରବନ୍ଧ ବ୍ଲକ୍‌ ସାଲଡିହି ଓ ବନ୍ଧମୁ୍ଣ୍ଡା, ପାଇକମାଳରୁ ଜଣେ ଲେଖାଏଁ ଆକ୍ରାନ୍ତ ବାହାରିଛନ୍ତି।  ସୋହେଲା ବ୍ଳକ୍‌ ସୋହେଲାରୁ ୨ଜଣ, ସାଲେପାଲି, ଖପାନପାଲି ଓ ପାଣିଗୁରାରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏତିକି ସଂଖ୍ୟାରେ ଦୈନିକ ଆକ୍ରାନ୍ତ ବାହାରୁଥିବାରୁ ଆଗକୁ ପରିସ୍ଥିତି ଭୟାନକ ହେବା ଆଶଂକା ରହିଛି। ଏଣେ ଜିଲ୍ଲାରେ କରୋନା ରୋଗୀ ଚିକିତ୍ସା ପାଇଁ ‌ସରକାରୀ ଭାବେ କୌଣସି ହସ୍ପିଟାଲ ଖୋଲିନାହିଁ। ରୋଗୀମାନେ ବାଧ୍ୟ ହୋଇ ବୁର୍ଲା ପର୍ଯ୍ୟନ୍ତ ଚିକିତ୍ସା ପାଇଁ ଯାଉଛନ୍ତି।

ଅକ୍ସିଜେନ୍‌ ପ୍ଲାଣ୍ଟରୁ ଚୋରି, ବିଳମ୍ବରେ ଏତଲା 
ବରଗଡ଼ : ଅନ୍ୟପକ୍ଷରେ ବରଗଡ଼ ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା କୋଭିଡ୍‌ ହସ୍ପିଟାଲର ଅକ୍ସିଜେନ ପ୍ଲାଣ୍ଟର ଯନ୍ତ୍ରାଂଶ ଚୋରି ହୋଇଯାଇଛି। ହେଲେ ଏନେଇ କାହାରି ପାଖରେ ଖବର ନଥିଲା। ବିଳମ୍ବରେ ଏନେଇ ହସ୍ପିଟାଲ କର୍ତ୍ତୃପକ୍ଷ ଥାନାରେ ଏତଲା ଦେଇଛନ୍ତି। ଅକ୍ସିଜେନ ପ୍ଲାଣ୍ଟର କୋଠରି ବାହାରପଟେ ତାଲା ପଡ଼ିଥିଲା। ମାତ୍ର ଭିତରେ ସାମାନ ଗାଏ୍‌ବ। ଉକ୍ତ ପ୍ଲାଣ୍ଟର ୪ଟି ବୁସ୍‌ ବାର, ଗୋଟିଏ ପାୱାର କଣ୍ଟ୍ରୋଲ ମେସିନ୍‌, ଗୋଟିଏ ଜୋମ୍ବୋ ଅକ୍ସସିଜେନ ସିଲିଣ୍ଡର, ତିନଟି ଲାପ୍‌ଟପ୍‌ ସହିତ ଅନେକ ମୂଲ୍ୟବାନ ସାମଗ୍ରୀ ଚୋରି ହୋଇଛି। କୋଠରୀ ବନ୍ଦ ଥାଇ ଭିତରୁ କିଭଳି ଚୋରି ହେଲା, ତାହା ଚିନ୍ତାର କାରଣ। ଅନ୍ୟପକ୍ଷରେ ହସ୍ପିଟାଲ କର୍ତୃପକ୍ଷ ବିଳମ୍ବରେ ଥାନାରେ ଏତଲା ଦେବା ଘଟଣାକୁ ଆହୁରି ବିବାଦୀୟ କରି ଦେଇଛି। ପୂର୍ବରୁ ଏନେଇ ହସ୍ପିଟାଲ କର୍ତୃପକ୍ଷ ମୁହଁ ଫିଟାଉ ନଥିଲେ।

ସମ୍ବନ୍ଧିତ ଖବର