ରାଜ୍ୟରେ କରୋନାର ଦୈନିକ ସଂକ୍ରମଣ ଚାରି ହଜାର ତଳକୁ ଖସୁନି

ଖୋର୍ଧାରେ ମୃତ୍ୟୁ ସଂଖ୍ୟା ୧୦୦ ଛୁଇଁଲା, ୪୨୪୧ ପଜିଟିଭ୍, ୧୩ ମୃତ, ୩୬୦୭ ସୁସ୍ଥ

ଭୁବନେଶ୍ୱର : ରାଜ୍ୟରେ କରୋନାର ଦୈନିକ ୪ହଜାର ସଂକ୍ରମଣ ଧାରା ଜାରି ରହିଛି। ଗତ ମାସ ଓ ଚଳିତମାସର ଦୁଇ ସପ୍ତାହରେ ଦୈନିକ ୩ହଜାରରୁ ଅଧିକ ସଂକ୍ରମଣ ରହୁଥିବା ବେଳେ ଏବେ ସଂକ୍ରମଣ ଗ୍ରାଫ୍ ଉପରମୁହାଁ ହୋଇଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ପୁଣିଥରେ ୪୨୪୧ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ୬୭ହଜାର ୧୬୧ରେ ପହଞ୍ଚିଛି। ଏହାସହ ଓଡ଼ିଶା ସଂକ୍ରମଣରେ ତେଲେଙ୍ଗାନାକୁ ମଧ୍ୟ ପଛରେ ପକାଇ ଦେଇଛି। ଦେଶରେ ସର୍ବାଧିକ ସଂକ୍ରମଣ ରାଜ୍ୟ ତାଲିକାରେ ଓଡ଼ିଶା ଏବେ ଅଷ୍ଟମ ସ୍ଥାନରେ ରହିଛି। ରାଜ୍ୟରେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ଧୀରେ ଧୀରେ ବଢ଼ିବାରେ ଲାଗିଛି।

ରାଜ୍ୟରେ ଆଜି ସୁଦ୍ଧା ୩୫,୯୭୩ ଚିକିତ୍ସାଧୀନ ରୋଗୀ ରହିଛନ୍ତି। ଖୋର୍ଧା, କଟକ ଓ ପୁରୀ ଜିଲ୍ଲାରେ ରାଜ୍ୟର ସର୍ବାଧିକ ଏଭଳି ରୋଗୀ ରହିଛନ୍ତି। ଏପରିକି ଏକଦା ରାଜ୍ୟର ସର୍ବାଧିକ ସଂକ୍ରମିତ ଜିଲ୍ଲା ଥିବା ଗଞ୍ଜାମଠାରୁ ୨୦ଗୁଣା ଚିକିତ୍ସିତ ରୋଗୀ ଖୋର୍ଧା ଜିଲ୍ଲାରେ ରହିଛନ୍ତି। କେବଳ ଦେବଗଡ଼ ଜିଲ୍ଲାରେ ଶହେରୁ ସାମାନ୍ୟ ଅଧିକ ଚିକିତ୍ସାଧୀ ରୋଗୀ ରହିଛନ୍ତି।

ରାଜ୍ୟରେ ଆଜି ୧୩ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଥିବା ସରକାରୀ ଭାବେ ଘୋଷଣା କରାଯାଇଛି। ପୁରୀ ଓ ଖୋର୍ଧା ଜିଲ୍ଲାରେ ସର୍ବାଧିକ ୪ଜଣ ଲେଖାଏଁ କରୋନାର ଶିକାର ହୋଇଛନ୍ତି। ଏହାସହ ଗଜପତିରୁ ୨ଜଣ ଲେଖାଏଁ, ବାଲେଶ୍ବର, କଟକ ଓ ସୋନପୁରରୁ ଜଣେ କରୋନାରେ ପ୍ରାଣ ହରାଇଛନ୍ତି। ରାଜ୍ୟରେ ଏ ପର୍ଯ୍ୟନ୍ତ ୬୬୯ଜଣଙ୍କ କରୋନାରେ ମୃତ୍ୟୁ ହୋଇ ସାରିଲାଣି। ଗଞ୍ଜାମରେ ସର୍ବାଧିକ ୨୧୫ଜଣ ପ୍ରାଣ ହରାଇ ସାରିଲେଣି। ଖୋର୍ଧାରେ କରୋନା ମୃତ୍ୟୁ ସଂଖ୍ୟା ୧୦୦ ଛୁଇଁଛି। କଟକ ୫୫, ସୁନ୍ଦରଗଡ଼ ୩୯, ରାୟଗଡ଼ା ୩୪, ପୁରୀ ୩୨, ସମ୍ବଲପୁର ଓ ଗଜପତିରେ ୨୦ଜଣ ଲେଖାଏଁ, ନୟାଗଡ଼ ଓ କନ୍ଧମାଳରେ ୧୭ଜଣ ଲେଖାଏଁ, ବାଲେଶ୍ବର ୧୬, ମୟୂରଭଞ୍ଜ ଓ ବଲାଙ୍ଗୀରେ ୧୨ଜଣ ଲେଖାଏଁ, ଭଦ୍ରକରେ ୧୦ଜଣ ମୃତ୍ୟୁ ହୋଇସାରିଛି।

ଗତ ୨୪ଘଣ୍ଟାରେ ରାଜ୍ୟରେ ୫୧,୮୨୪ କୋଭିଡ୍‌ ନମୁନା ପରୀକ୍ଷା କରାଯାଇଛି। ଏଥିରୁ ୪୨୪୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଟେଷ୍ଟ ପଜିଟିଭ୍ ରେଟ୍‌ (ଟିପିଆର) ୮ ପ୍ରତିଶତ ରହିଛି। ୧୫ଟି ଜିଲ୍ଲାରୁ ‌ଶହେରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଧା, କଟକ ଓ ପୁରୀରେ ପୂର୍ବଭଳି ଦ୍ରୁତ ସଂକ୍ରମଣ ଦେଖିବାକୁ ମିଳିଛି। ଖୋର୍ଧାରେ ୬୪୭, କଟକ ୩୮୯, ପୁରୀ ୨୯୧, ସୁନ୍ଦରଗଡ଼ ୧୫୪, ଯାଜପୁର ୧୫୦, ବରଗଡ଼ ୧୪୯, ମୟୂରଭଞ୍ଜ ୧୪୭, ବାଲେଶ୍ବର ୧୪୧, ସୋନପୁର ୧୨୯, ଜଗତସିଂହପୁର ୧୨୬, କନ୍ଧମାଳ ୧୧୬, କଳାହାଣ୍ଡି ୧୧୪, ଝାରସୁଗୁଡ଼ା ୧୧୧, ନବରଙ୍ଗପୁର ୧୦୭, କେନ୍ଦ୍ରାପଡ଼ା ୧୦୩, ନୂଆପଡ଼ା ୯୯, କୋରାପୁଟ ୯୮, ନୟାଗଡ଼ ଓ ବୌଦ୍ଧ ୯୪, ସମ୍ବଲପୁର ୯୧, ଢେଙ୍କାନାଳ ୮୬, ଅନୁଗୁଳ ୮୪, କେନ୍ଦୁଝର ୭୭, ଗଞ୍ଜାମ ୭୫, ଭଦ୍ରକ ୭୧, ରାୟଗଡ଼ା ୬୬, ବଲାଙ୍ଗୀର ୪୪, ମାଲକାନଗିରି ୨୮, ଗଜପତି ୨୩, ଦେବଗଡ଼ ୬ ଓ ଷ୍ଟେଟ୍‌ ପୁଲ ୩୩୦ ରହିଛି। ୨୫୦୨ ଆକ୍ରାନ୍ତ ସଙ୍ଗରୋଧରୁ ଓ ୧୭୩୯ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ଖୋର୍ଧା ଜିଲ୍ଲାରେ ସଂକ୍ରମଣ ୨୮,୭୯୪ରେ ପହଞ୍ଚିଛି। ଗଞ୍ଜାମ ୧୯,୪୪୪, କଟକ ୧୪,୫୦୨, ପୁରୀ ୭୪୨୧, ରାୟଗଡ଼ା ୬୪୪୭, ଯାଜପୁର ୬୩୧୮, ମୟୂରଭଞ୍ଜ ୬୧୬୬, ସୁନ୍ଦରଗଡ଼ ୬୦୦୪, ବାଲେଶ୍ବର ୫୭୫୧, କୋରାପୁଟ ୫୧୩୪ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।

ଆଜି ରାଜ୍ୟରେ ୩୬୦୭ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଖୋର୍ଧା ଜିଲ୍ଲାରେ ୧୦୩୭ ରୋଗୀ ସୁସ୍ଥ ହୋଇଛନ୍ତି। ପୁରୀରେ ୪୧୫, କଟକ ୨୯୯, ବଲାଙ୍ଗୀର ୧୪୦, ମୟୂରଭଞ୍ଜ ୧୨୮, ଯାଜପୁର ୧୨୭, ବାଲେଶ୍ବର ୧୧୨, ସୁନ୍ଦରଗଡ଼ ୧୦୭, ଜଗତସିଂହପୁର ୧୦୫, ନବରଙ୍ଗପୁର ୧୦୪, ସୋନପୁର ୧୦୦, ବରଗଡ଼ ଓ କେନ୍ଦ୍ରାପଡ଼ା ୮୪ ଲେଖାଏଁ, ଝାରସୁଗୁଡ଼ା ୮୨, ରାୟଗଡ଼ା ୮୦, ଗଞ୍ଜାମ ଓ କୋରାପୁଟରୁ ୭୫ ଲେଖାଏଁ, ସମ୍ବଲପୁର ୭୧, ନୟାଗଡ଼ ୫୫, ଭଦ୍ରକ ୫୪, ନୂଆପଡ଼ା ୪୪, କେନ୍ଦୁଝର ୪୩, ମାଲକାନଗିରି ୩୭, ବୌଦ୍ଧ ୩୦, ଢେଙ୍କାନାଳ ୨୮, ଗଜପତି ୨୬, କଳାହାଣ୍ଡି ୧୯, ଦେବଗଡ଼ ୧୮, କନ୍ଧମାଳ ୧୬ ଓ ଅନୁଗୁଳରୁ ୧୨ ରୋଗୀ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ଏ ପର୍ଯ୍ୟନ୍ତ ୧ଲକ୍ଷ ୩୩ ହଜାର ୪୬୬ ରୋଗୀ ସୁସ୍ଥ ହୋଇ ସାରିଲେଣି।

ସମ୍ବନ୍ଧିତ ଖବର