କଟକରେ କିଭଳି ରହିଛି କରୋନା ସ୍ଥିତି, ରାଜ୍ୟ ସରକାର ଦେଲେ ସୂଚନା

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢିଚାଲିଛି | ତେବେ ସିଲଭରସିଟି କଟକରେ କରୋନା ସ୍ଥିତି ନେଇ ଆଜି ରାଜ୍ୟ ସରକାର ବିସ୍ତୃତ ସୂଚନା ଦେଇଛନ୍ତି | ଆଜି ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ସଚିବ ସୌରଭ ଗର୍ଗ ଓ ସିଏମସି କମିଶନର ଅନନ୍ୟା ଦାସ ମିଳିତ ଭାବେ ସୂଚନା ଦେଇଛନ୍ତି | ସେମାନଙ୍କ କହିବା ମୁତାବକ କଟକରେ କରୋନା ସୁସ୍ଥ ହାର ଭଲ ସ୍ଥିତିରେ ଅଛି | କଟକରେ ୨୪୮ ପଜିଟିଭରୁ ୯୦ ଜଣ ଆରୋଗ୍ୟ ହେଲେଣି |

ତେବେ ବର୍ତ୍ତମାନ ୧୫୬ଟି ଆକ୍ଟିଭ କେସ ରହିଛି | କଣ୍ଟାକଟ ଟ୍ରେସିଙ୍ଗ, ଟେଷ୍ଟିଙ୍ଗ ଓ ଟ୍ରାକିଙ୍ଗ ଉପରେ ଗୁରୁତ୍ୱ ଦିଆଯାଉଥିବାବେଳେ ତେବେ କଟକରେ ସମୁଦାୟ କରୋନା ପଜିଟିଭଙ୍କ ମଧ୍ୟରେ ୧୨୦ ଜଣ କେବଳ ଆଚାର୍ଯ୍ୟ ହରିହର କ୍ୟାନ୍ସର ହସପିଟାଲରୁ ରହିଛନ୍ତି | ଏମାନଙ୍କ ମଧ୍ୟରୁ ୪୩ ଜଣ ସୁସ୍ଥ ହୋଇଥିବାବେଳେ ୭୬ଟି ଆକ୍ଟିଭ କେସ ରହିଛି |


ସେହିପରି ଜଣଙ୍କର ମୃତ୍ୟୁ ହୋଇଯାଇଛି | ସେହିପରି ଏସସିବି ମେଡିକାଲ କଲେଜ ଓ ହସପିଟାଲରୁ ଏ ପର୍ଯ୍ୟନ୍ତ ୧୮ଟି ପଜିଟିଭ କେସ ଆସିଥିବାବେଳେ ୧୭ଟି ଆକ୍ଟିଭ କେସ ରହିଥିବାବେଳେ ଜଣେ ସୁସ୍ଥ ହୋଇଛନ୍ତି | ଏଠାରେ ସୂଚନା ଥାଉ କି ଆଜି କଟକରେ ୧୧ ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ ୯ ଜଣ ସିଏମସି ଅଂଚଳରୁ ଜଣାପଡିଚନ୍ତି | ସେହିପରି ସମୁଦାୟ ୫୮ ଜଣ ସୁସ୍ଥ ହୋଇସାରିଛନ୍ତି |

ସମ୍ବନ୍ଧିତ ଖବର