ଆଜି କଟକ ଜିଲ୍ଲାରୁ ସର୍ବାଧିକ ୬୫୪ ଆକ୍ର‌ାନ୍ତଙ୍କ ସହ ୨୯୮୦ ସୁସ୍ଥ; ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ୯୦ ହଜାର ଟପିଲା

ଭୁବନେଶ୍ୱର: କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଥିବା ବେଳେ ରାଜ୍ୟରେ ସୁସ୍ଥ ହାର ସାମାନ୍ୟ ଆଶ୍ବସ୍ତି ପ୍ରଦାନ କରୁଛି। ଆଜି କଟକ ଜିଲ୍ଲାରୁ ସର୍ବାଧିକ ୬୫୪ ଜଣ ସୁସ୍ଥ ହୋଇଥିବା ବେଳେ ରାଜ୍ୟର ୨ ହଜାର ୯ ଶହ ୮୦ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟୁଇଟ୍‌ ଜରିଆରେ ଏହି ସୂଚନା ଦିଆଯାଇଛି। ଏଥି ସହିତ ରାଜ୍ୟରେ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୯୦ ହଜାର ୩ ଶହ ୩୧ରେ ପହଞ୍ଚିଛି।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ କଟକ ଜିଲ୍ଲାରୁ ସବୁଠାରୁ ଅଧିକ ୬୫୪ ଜଣ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧାରୁ ୨୬୩, ଗଞ୍ଜାମରୁ ୨୧୨, ମୟୂରଭଞ୍ଜରୁ ୨୦୭, ସମ୍ବଲପୁରରୁ ୧୩୩, ବଲାଙ୍ଗୀରରୁ ୧୨୬, ନୟାଗଡ଼ରୁ ୧୧୪, ପୁରୀରୁ ୧୧୪, ବାଲେଶ୍ବରରୁ ୧୧୧, କୋରାପୁଟରୁ ୧୦୩, କେନ୍ଦ୍ରାପଡ଼ାରୁ ୯୧, ବରଗଡ଼ରୁ ୮୭, ଅନୁଗୁଳରୁ ୮୦, କେନ୍ଦୁଝରରୁ ୮୦, ରାୟଗଡ଼ାରୁ ୭୬, ଢେଙ୍କାନାଳରୁ ୭୫, ସୁନ୍ଦରଗଡ଼ରୁ ୬୮, ଝାରସୁଗୁଡ଼ାରୁ ୬୭, ଭଦ୍ରକରୁ ୬୪, ମାଲକାନଗିରିରୁ ୬୧, ଜଗତ୍‌ସିଂହପୁରରୁ ୩୮, ନୂଆପଡ଼ାରୁ ୩୭, କନ୍ଧମାଳରୁ ୩୩, ଗଜପତିରୁ ୨୫, ନବରଙ୍ଗପୁରରୁ ୨୧, ଯାଜପୁରରୁ ୨୦, କଳାହାଣ୍ଡିରୁ ୧୦, ଦେଓଗଡ଼ରୁ ୫, ସୋନପୁରରୁ ୫ ଜଣ କ‌ରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ଆଜି ରାଜ୍ୟରେ ୩୨୬୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୧୯୬୧ ଓ ସ୍ଥାନୀୟ ଅଞ୍ଚଳରୁ ୧୩୦୬ ଆକ୍ରାନ୍ତ ଅଛନ୍ତି। ଏହା ଫଳରେ ରାଜ୍ୟରେ କରୋନା ପଜିଟିଭ୍‌ ସଂଖ୍ୟା ୧ ଲକ୍ଷ ୧୬ ହଜାର ୬୭୮କୁ ବୃଦ୍ଧି ପାଇଛି। ୩୦ଟି ଜିଲ୍ଲାରୁ ଏହି ସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସମ୍ବନ୍ଧିତ ଖବର