କରୋନାରେ ବିଚାରଧୀନ କଏଦୀଙ୍କ ମୃତ୍ୟୁ

ରାଉରକେଲା: ରାଉରକେଲା ସ୍ବତନ୍ତ୍ର ଜେଲ୍‌ରେ ଜଣେ ଗତକାଲି ବିଚାରଧୀନ କଏଦୀଙ୍କ କରୋନାରେ ମୃତ୍ୟୁ ହୋଇଛି। ତାଙ୍କର ବୟସ ପ୍ରାୟ ୭୦ ବର୍ଷ। ତାଙ୍କ ଘର ବୀରମିତ୍ରପୁର ଅଞ୍ଚଳରେ। ଏକ ହତ୍ୟା ଘଟଣାରେ ସେ ଜେଲରେ ଥିଲେ। ସ୍ବାବ୍‌ ନମୁନା କରୋନା ପଜିଟିଭ୍‌ ଆସିବା ପରେ ତାଙ୍କୁ ଚିକିତ୍ସା ପାଇଁ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ପୂର୍ବାହ୍ନ ପ୍ରାୟ ୧୦ଟାରେ ତାଙ୍କର ମୃତ୍ୟୁ ହୋଇଛି।

ତାଙ୍କ ମୃତ୍ୟୁ ସଂକ୍ରାନ୍ତରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇ ନାହିଁ। ଉଲ୍ଲେଖଯୋଗ୍ୟ, ରାଉରକେଲା ସ୍ବତନ୍ତ୍ର ଜେଲରେ ଗତ ସପ୍ତାହକ ମଧ୍ୟରେ ୧୧୪ ବିଚାରଧୀନ କଏଦୀ ଓ ୫ ଜଣ କର୍ମଚାରୀ ମୋଟ ୧୧୯ ଜଣ କରୋନାରେ ଆକ୍ରାନ୍ତ ହୋଇଯାଇଛି। ସେମାନଙ୍କୁ ଜେଲରେ ସ୍ବତନ୍ତ୍ର ସଙ୍ଗରୋଧ କେନ୍ଦ୍ରରେ ରଖାଯାଇ ଚିକିତ୍ସା କରାଯାଉଛି।

ସମ୍ବନ୍ଧିତ ଖବର