ପୁଣି ଫେରିଲା କରୋନା ମୃତ୍ୟୁ

ଖୋର୍ଦ୍ଧା‌ର ମହିଳା ରୋଗୀ ମୃତ, ୪୭୧ ଆକ୍ରାନ୍ତ

ଭୁବନେଶ୍ବର : କରୋନାର ଦ୍ବିତୀୟ ଲହର ଆସିବା ପରେ ରାଜ୍ୟରେ ପ୍ରଥମ ଥର ପାଇଁ ଜଣେ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଅନ୍ୟପକ୍ଷରେ ହୁ ହୁ ହୋଇ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ ଆଜି ଚଳିତବର୍ଷର ସର୍ବାଧିକ ୪୭୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୮୫ଜଣ ଆକ୍ରାନ୍ତ ଅଛନ୍ତି। ଆଜିର ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇଲେ ରାଜ୍ୟରେ ମୋଟ୍ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩୦୮୫ରେ ପହଞ୍ଚିଛି।

ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ରବିବାର ଦିନ ଜଣେ ୨୯ ବର୍ଷୀୟା ମହିଳାଙ୍କର କରୋନାରେ ମୃତ୍ୟୁ ହୋଇଛି। ମହିଳା ଜଣଙ୍କ ଖୋର୍ଦ୍ଧା ଜିଲ୍ଲାର। ସେ ସିକିଲ୍ ସେଲ୍‌, ସିକଲିଂ କ୍ରାଇସିସ୍ ଏବଂ ହାଇପୋଥାଇରଏଡ୍‌ ରୋଗରେ ଆକ୍ରାନ୍ତ ଥିଲେ।

ଆଜି ୨୧ଟି ଜିଲ୍ଲାରୁ ୪୭୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଏଥିରେ କଳହାଣ୍ଡି ଜିଲ୍ଲାରୁ ୫୦ଜଣ, ବଲାଙ୍ଗୀରରୁ ୩୬ଜଣ, ଖୋର୍ଦ୍ଧାରୁ ୪୦ଜଣ, ଝାରସୁଗୁଡ଼ାରୁ ୨୩ଜଣ, ନବରଙ୍ଗପୁରରୁ ୧୭ଜଣ, ମୟୂରଭଞ୍ଜରୁ ୧୬ଜଣ, ବାଲେଶ୍ବରରୁ ୧୫ଜଣ, ଅନୁଗୁଳରୁ ୧୦ଜଣ,କଟକରୁ ୨୨ଜଣ, ବରଗଡ଼ରୁ ୫ଜଣ, ଭଦ୍ରକରୁ ୬ଜଣ, ଢେଙ୍କାନାଳରୁ ଜଣେ, ଗଜପତିରୁ ୨, ଗଞ୍ଜାମରୁ ୧୨ଜଣ, ଜଗତସିଂହୁପୁରରୁ ଜଣେ, ଯାଜପୁରରୁ ୧୧ଜଣ, କନ୍ଧମାଳରୁ ୩ଜଣ, କେନ୍ଦ୍ରାପଡ଼ାରୁ ୨ଜଣ, କେନ୍ଦୁଝରରୁ ଜଣେ,କୋରାପୁଟରୁ ୭ଜଣ, ନୟାଗଡ଼ରୁ ୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ନୂଆପଡ଼ାରୁ ସର୍ବାଧିକ ୮୨ଜଣ, ଖୋର୍ଦ୍ଧାରୁ ୩୪ଜଣ, କଟକରୁ ୨୮ଜଣ ସୁସ୍ଥ ‌ହୋଇଛନ୍ତି। ଆଜି ୨୨ଟି ଜିଲ୍ଲା ଓ ଷ୍ଟେଟ୍‌ପୁଲ୍‌କୁ ମିଶାଇ ମୋଟ ୩୦୦ ଜଣ ସୁସ୍ଥ ହୋଇଛନ୍ତି।

ସମ୍ବନ୍ଧିତ ଖବର